ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

 ରାଉରକେଲା: ସହରର ଜଗଦା ସାଂସ୍କୃତିକ ପରିଷଦ ର ସଭାଗୃହ ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି। ସମାଜସେବୀ ସଞ୍ଜିବ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆର୍ଟ ଅଫ ଗିଭିଙ୍ଗ ଡେ ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୂର୍ଗା ଚରଣ ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଙ୍କ ଏହିଭଳି ଏକ ଅନନ୍ୟ ଚିନ୍ତାଧାରାର ଭୂୟସୀ ପ୍ରଶଂସା କରିଥିଲେ। ସାଂପ୍ରତିକ ସମାଜରେ ଖୁସି, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହାୟକ ହେଉଛି । ଆର୍ଟ ଅଫ୍ ଗିଭିଙ୍ଗ ଡେ ର ଦ୍ବାଦଶ ତମ ଉତ୍ସବ ପାଳନ ଅବସରରେ ଆର୍ଟ ଅଫ୍ ଗିଭିଙ୍ଗ ଡେ ର ଶୀର୍ଷକ” ନେବର ହୁଡ” ଅର୍ଥାତ୍ ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଭଳି ବାର୍ତ୍ତା ର ପ୍ରଚାର ନିଶ୍ଚିତ ଭାବେ ସମାଜ କୁ ସୁଧାରିବା ରେ ସହାୟକ ହେବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେସାମ୍ବାଦିକ ଅରବିନ୍ଦ ଦାସ ଯୋଗଦେଇ କେଉଁ ଭଳି ପରିସ୍ଥିତି ଡଃ ଅଚ୍ୟୁତ ସାମନ୍ତଙ୍କୁ ଏହି ଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରିଥିଲେ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ। ୨୦୧୩ ମସିହାରୁ ଜିଲ୍ଲା ର ସମସ୍ତ ସଦର ମହକୁମା ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ ବର୍ତମାନ ଏକ ଆନ୍ଦୋଳନରେ ରେ ପରିଣତ ହୋଇଛି । ଚଳିତ ବର୍ଷ ଆର୍ଟ ଅଫ ଗିଭିଙ୍ଗ ର ଥିମ୍ ଅନୁଯାୟୀ ପଡୋଶୀଙ୍କ ସହ ସୁସମ୍ପର୍କ ନିଜ ନିଜ ର ପରିବେଶ କୁ ସୁଖମୟ କରିଥାଏ ବୋଲି ପ୍ରଫେସର ଡ଼ଃ ସମର ମୁଦାଲି କହିଛନ୍ତି। ଏହି ଅବସରରେ ରାଉରକେଲା ସହରରେ ଅବହେଳିତ ଅବସ୍ଥା ରେ ରାସ୍ତା କଡ଼ରେ ଜୀବନ ବିତାଉଥିବା ଗରିବ ଗୁରୁବାଙ୍କୁ ରୁଟି ବିତରଣ କରୁଥିବା ସ୍ବେଛାସେବୀ ସଂସ୍ଥା “ରାମ ରୋଟି “ ର କର୍ମକର୍ତ୍ତା ଧନଞ୍ଜୟ ପଟେଲ ଓ ମହେନ୍ଦ୍ର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। କଳିଙ୍ଗ ଟିଭି ର ରାଉରକେଲା ପ୍ରତିନିଧି ଅନୀଲ ମହାନ୍ତି ଅତିଥିମାନଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କିସ୍ ର ସଂଯୋଜକ ସୁବ୍ରତ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ କିଟ୍ ର ନିର୍ଦ୍ଦେଶକ ସନ୍ତୋଷ କୁମାର ନାଏକ ଓ କିଟ୍ ର ଟେକ୍ନିକାଲ ଆସିଷ୍ଟାଣ୍ଟ କମଲ ଲୋଚନ ସ୍ବାଇଁ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

masiha

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

Sunil Chandra Nayak

ଏସ ଏସ ଡି ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର ଠାରେ” ସହଭାଗିତା ରୂପେ ପିତାମାତା ‘ କାର୍ଯ୍ୟକ୍ରମ ୨୦୨୨-୨୩

masiha

Leave a Comment

error: Content is protected !!