ଡାବୁଗାଁ, ୧୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ବୁଧବାର ସନ୍ଧ୍ୟାରେ ବୋଲେରୋ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଏକ ବୋଲେରୋ ଗାଡି ନଂ ଓଡି ୨୪ ଏଚ ୮୩୮୬ ଯୋଗେ ଡାବୁଗାଁ ରୁ ନିଜ ଘର ଚାରଗାଁ ଗ୍ରାମକୁ ଯାଉଥିବା ବେଳେ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଏକ ଗଛ ସହ ପିଟି ହୋଇଥିଲା | ଏଥିରେ ଥିବା ଚାରଗାଁ ଗ୍ରାମର ଡ୍ରାଇଭର ବାସୁଦେବ ପୂଜାରୀ (୨୯) ଓ ସାଥି ଇନ୍ଦ୍ର ଗୌଡ (୨୧) ଆହତ ହୋଇଛନ୍ତି | ଖବରପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥାନା ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ