ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମନ୍ଦିରରୁ ସିରିଜ୍ ଚୋରି

ବାଲିଆପାଳ //18/1/23 (ମନିସ )ଶେସରେ ଚୋରମାନେ ଠାକୁରଙ୍କ ମନ୍ଦିରରୁ ଚୋରି କରିବାକୁ ପଛାଇ ନାହାନ୍ତି। ବାଲିଆପାଳ ବ୍ଲକର ବିଭିନ୍ନ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଠାକୁରଙ୍କ ମୂଲ୍ୟବାନ ସାମଗ୍ରୀକୁ  ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ତେବେ ସୂଚନାରୁ ପ୍ରକାଶ ସିଂଲା ଥାନା ଅଧୀନ ଲଙ୍ଗଳେଶ୍ଵର ଗ୍ରାମରେ ଥିବା ତିନୋଟି ମନ୍ଦିର ଓ ବାଲିଆପାଳ ଥାନା ପଞ୍ଚୁପାଲି ଠାରେ ଦୁଇଟି ମନ୍ଦିରକୁ ମିଶାଇ ମୋଟ୍ ପାଞ୍ଚଟି ମନ୍ଦିରରୁ ଚୋରି ହୋଇଛି। ତେବେ ଲଙ୍ଗଳେଶ୍ଵରର ପୁରାଣ ପ୍ରସିଦ୍ଧ ପାର୍ବତୀ ମନ୍ଦିର, ପାଖରେ ଥିବା ହନୁମାନ ମନ୍ଦିର ଏବଂ ସେହି ଗ୍ରାମର ବ୍ୟକ୍ତିଗତ ମାଲିକାନାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ରୁ ପିତ୍ତଳ ଘଣ୍ଟା,ଥାଳି ଓ ମୂଲ୍ୟବାନ ସାମଗ୍ରୀ ଚୋରମାନେ ନେଇଯାଇଥିବା ବେଳେ ପଞ୍ଚୁପାଲି ବଜାରଠାରେ ଥିବା ମନ୍ଦିରରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରମାନେ  ଲୁଟି ନେଇଛନ୍ତି। ତେବେ ଗୋଟିଏ ରାତିରେ ପାଖାପାଖି ପାଞ୍ଚଟି ମନ୍ଦିରରୁ ସିରିଜ୍ ଚୋରି କରିବା କୁ ନେଇ ସିଂଲା ପୋଲିସ ତଥା ବାଲିଆପାଳ ପୋଲିସ ର ପାରିବା ପଣିଆଁ ଉପରେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ ଚୋରି ଖବରପାଇ ସିଂଲା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଦ୍ୟାବଧି ଚୋର କିମ୍ବା ଚୋରି ସାମଗ୍ରୀ ଉଦ୍ଧାର ହୋଇନଥିବା ଜଣାଯାଇଛି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରାସ୍ତା କଡରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

masiha

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

masiha

Leave a Comment

error: Content is protected !!