ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

ନବରଙ୍ଗପୁର–(ମସିହା) ନବରଙ୍ଗପୁର କଲେଜ ନିକଟରେ ମା ଶକ୍ତି ମେଲୋଡି ଦଳ ଉଦଘାଟିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ନାଟ୍ୟ ତଥା ଫିଲ୍ମ ନିର୍ଦେଶକ ସୁରେଶ ମହାନ୍ତି, ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, କଣ୍ଠ ଶିଳ୍ପୀ କସ୍ତୁରୀ ରଥ, ବଂଶୀ ବାଦକ ମୁରଲୀ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା ଓ ଅଶୋକ ମହାନ୍ତି ଯୁବ କଳାକାର ଆନନ୍ଦ ଦାସ, ଅଶୋକ ଦୀପ, ସୁରେଶ ନାଗ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ, ନୂତନ ଭାବରେ ପ୍ରସ୍ତୁତ ଉକ୍ତ ମେଲଡି ର ସମସ୍ତ ସଭ୍ୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ମେଲୋଡି ର ଆବାହକ କଣ୍ଠ ଶିଳ୍ପୀ ସମର ଢାଳି ସଭାକୁ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାରସ୍ଵତ ଜଗତର ଅଭୂଲା ହୀରା ଥିଲେ ଭାଗୀରଥି

Sunil Chandra Nayak

Leave a Comment

error: Content is protected !!