ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ,ବଣଭୋଜି ଓ ସହ ଯୋଗ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ,ବଣଭୋଜି ଓ ସହ ଯୋଗ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ

ରାଉରକେଲା : ରାଉରକେଲାର ସେକ୍ଟର -୨୦ ଡି ବ୍ଲକ ସ୍ଥିତ ସୋମନାଥ ମନ୍ଦିର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ସମିତିର ସତସଙ୍ଗ, ବଣଭୋଜି ଓ ଦ୍ଵାଦଶ ୨୦୨୫ ପ୍ରଶିକ୍ଷଣ।ର୍ଥୀଙ୍କୁ ମାନପତ୍ର ବଣ୍ଟନ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗତର କଲ୍ୟାଣ ନିମନ୍ତେ ଯୋଗ ଶିକ୍ଷୟତ୍ରୀ ତପସ୍ୱୀନୀ ସାହୁ ଓ ପ୍ରଭାତୀ ବେହେରାଙ୍କ ପୌରହିତ୍ୟରେ ଓ ଯଜମାନ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ ଓ ତାଙ୍କ ସ୍ଵାମୀ ନଗେନ୍ଦ୍ରନାଥ ସ୍ୱାଇଁଙ୍କ ଦ୍ଵାରା ଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଶ୍ରୀ ମାର୍ଥା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗ ଓ ଯୋଗ ଦର୍ଶନ ର ଗୁଢ଼ତ୍ଵତ୍ଵ ଉପରେ ଆଲୋକପାତ କରି ମାନବ ସମାଜକୁ ନିରୋଗ ଓ ସୁସ୍ଥ ରଖିବାପାଇଁ ଯୋଗ ଏକମାତ୍ର ମାର୍ଗ ବୋଲି କହିଥିଲେ । ସମସ୍ତେ ନୂତନ ଯୋଗ କେନ୍ଦ୍ର ଖୋଲିବା, ଯଜ୍ଞ କରିବା ଓ ଘରେ ଘରେ ଯୋଗ ପହଞ୍ଚାଇ ବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ୱିନୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ମହିଳା ସଂଗଠନକୁ ସୁଦୃଢ କରିବା, ଜନତାଙ୍କୁ ଯୋଗରେ ଯୋଡ଼ିହେବାକୁ ପ୍ରୟାସ କରିବାକୁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି. ଏସ. ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପି ୱାଇ ଏସ ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର, ଜିଲ୍ଲା ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ ଓ ବିଶିଷ୍ଟ ବର୍ଷୀୟାନ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣା ଆଦି ମଞ୍ଚାସୀନ ଥିଲେ । ଦ୍ଵାଦଶ ବ୍ୟାଚ – ୨୦୨୫ ସହଯୋଗ ଶିକ୍ଷକ ପ୍ରଶିକ୍ଷଣରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାଥିଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା । ଅଜିତ ପୃଷ୍ଟି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ବିଜେତାଙ୍କୁ ପୁରସ୍କାର ପ୍ରଦାନ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଯୋଗ ଶିକ୍ଷକ ଭାଇଭଉଣୀ, ସାଧକ ସାଧିକା ଭାଇଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ ଓ ବଣ ଭୋଜିରେ ସାମିଲ ହୋଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର 

Sunil Chandra Nayak

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

masiha

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି

masiha

Leave a Comment

error: Content is protected !!