ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଓ କାଶିବାହଲ କୃଷି ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ କୃଷିଋଣ କୃଷକ କର୍ମଶାଳା ଅନୁଷ୍ଠିତ

କୋକସରା,୨୫/୩ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ କାଶିବାହାଲ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଶନିବାର ବ୍ୟାଙ୍କିଙ୍ଗ ସେବା ଓ କୃଷି ଋଣ ସମ୍ପର୍କିତ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ଆମପାଣି, ବଡ଼ ପୋଡ଼ାଗୁଡା, ବରାଡଙ୍ଗା, କାଉଡୋଳା, ପଞ୍ଚାୟତ ଓ କାଶିବାହାଲ ପଞ୍ଚାୟତ ଅଧୀନ ରେ ଥିବା କନ୍ଦାବୁଟୁରା, ଫୁପଗାଁ, କାଶିବାହାଲ ଚାଷିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଆମପାଣି ଧାନ ମଣ୍ଡି ଠାରେ ଯୁବ ସମାଜସେବୀ ଜିତେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଆମପାଣି କୃଷି ସମବାୟ ସମିତିର ସଭାପତି ବିରଞ୍ଚି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଆମପାଣି ଯୋନ ହେମନ୍ତ ମାଝୀ, ଉପ ସଭାନେତ୍ରୀ ଆମପାଣି ପେକ୍ସ ତିଲୋତ୍ତମା ନାଏକ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ,କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ, ପୁର୍ବତନ ସରପଞ୍ଚ ଆମପାଣି ଟିକିଚନ୍ଦ୍ର ଧ. ମାଝୀ, ପେକ୍ସ ଡ଼ାଇରେକ୍ଟର ହରିଶ୍ଚନ୍ଦ୍ର ନାଏକ ଉପସ୍ଥିତ ଥିବା ବେଳେ କାଶିବାହଲ ପେକ୍ସର ଫୁପଗାଁ ଠାରେ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗଙ୍କ ପରିଚାଳନା ରେ ପେକ୍ସ ସଭାପତି ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ଫୁପଗାଁ ସରପଞ୍ଚ ଗଜାନନ ପୁଝାରି, କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ସମିତି ସଭ୍ୟା ଶିବାନୀ ଗଇନ୍ତା, ପେକ୍ସ ଉପ ସଭାପତି ବନିତା ଚଣ୍ଡି ଉପସ୍ଥିତ ରହି କୃଷକଙ୍କ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ କୃଷି ଋଣ କ୍ଷେତ୍ରରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା କୌଣସି ସୁଧରେ ଯୋଗାଇ ଦେଉଥିବା ବେଳେ ୧ ଲକ୍ଷ ରୁ ୩ ଲକ୍ଷ କୃଷିଋଣ ପାଇଁ ମାତ୍ର ୨ ପ୍ରତିଶତ ସୁଧରେ ସମବାୟ ସମିତି ପକ୍ଷରୁ ଯୋଗାଇ ଦିଆଯାଉଛି। ଏଣୁ କୃଷକମାନେ ଏହି ଯୋଜନାର ଲାଭ ନେବାକୁ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଆମପାଣି ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା ଓ ଉଭୟ ପେକ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ମହିଳା ରୋଗୀ

masiha

ଚିକିତ୍ସାଧିନ ଅବସ୍ଥାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!