ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

 ମୟୂରଭଞ୍ଜ –୭/୬ (ମସିହା) ବିଦ୍ୟୁତ ଗ୍ରାହକ ମାନଙ୍କ ସେବା ପାଇଁ ଅହରହ କାର୍ଯ୍ୟ କରୁଥିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କମ୍ପାନୀ ଦ୍ଵାରା ଶୋଷଣର ଶିକାର ହେଉଛି। ଟାଟା ପାୱାର କମ୍ପାନୀ ପକ୍ଷରୁ ଉକ୍ତ କର୍ମଚାରୀ ମାନଙ୍କୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ବୁଧବାର ସଂଘ ପକ୍ଷରୁ କର୍ମଚାରୀଙ୍କ ସମସ୍ୟା ନେଇ ୧୧ଦଫା ସମ୍ବଳିତ ଏକ ଦାବିପତ୍ର ବାରିପଦାର ବାଘରାରୋଡ ସ୍ଥିତ କାର୍ଯ୍ୟାଳୟ ଠାରେ ଅଧୀକ୍ଷଣ ଯନ୍ତ୍ରୀ ହରିଷ କୁମାର ପଣ୍ଡାଙ୍କ ଉଦ୍ଦେଶ୍ୟରେ ଟାଟା ପାୱାରର ମାନବ ସମ୍ବଳ ଅଧିକାରୀ ଭବାନୀ ଶଙ୍କର ବେଉରାକୁ ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟୁତ ଡିଭିଜନ ଦାବି ଗୁଡିକ ତୁରନ୍ତ ପୁରଣ କରିବା ପାଇଁ ଜଣାଯାଇଛି। ଦାବି ଅନୁଯାୟୀ, ମିଟର ରିଡର୍ ମାନଙ୍କୁ ରାଜ୍ୟ ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ଅନୁଯାୟୀ କୁଶଳୀ ବର୍ଗରେ ପରିଣତ କରିବା, ଶ୍ରମ ନିୟମ ଅନୁସାରେ ୮ ଘଣ୍ଟା କାର୍ଯ୍ୟ କରିବା ସହ କାର୍ଯ୍ୟ ନିର୍ଘଣ୍ଟ ପ୍ରଦାନ, ତୁରନ୍ତ ଲାଇନମ୍ଯାନ ମାନଙ୍କ ପ୍ରକୃତ କାମ ଛଡା ଅନ୍ୟ କାର୍ଯ ପାଇଁ ବିଭାଗୀୟ ମୋବାଇଲ ବ୍ଯବହାର ପାଇଁ ଚାପ ପ୍ରୟୋଗକୁ ବନ୍ଦ କରିବା, ପ୍ରୋମସନ ପାଇଁ ଥିବା ସର୍ତ୍ତ ପୁରଣ ଅନୁମତି ପ୍ରଦାନ କରିବାର ବିଭାଗୀୟ ନିର୍ଦ୍ଦେଶକୁ ଆଉ କିଛି ଦିନ ଘୁଞ୍ଚାଇ ଦେବା, ମନମୁଖି ସାମୁହିକ ବଦଳି ପ୍ରୟାସକୁ ତୁରନ୍ତ ବନ୍ଦ କରିବା, ୮ ଘଣ୍ଟା ପରେ କର୍ମଚାରୀଙ୍କୁ କାର୍ଯ୍ଯରେ ନିୟୋଜନ ବନ୍ଦ କରିବା, ଯଦି ନିୟୋଜନ କରୁଛନ୍ତି ସରକାରୀ ନିୟମ ଅନୁଯାୟୀ ଅଧିକ ପ୍ରାପ୍ୟ ପ୍ରଦାନ କରିବା, ପ୍ରଚଳିତ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ଲାଇନ୍ କ୍ଲିଅରେନ୍ସ ପରମିଟ୍ (ସର୍ଟଡାଉନ୍) ଲାଇନମ୍ଯାନ୍ ମାନଙ୍କ ଦ୍ବାରା କରାନଯାଇ ନିୟମରେ ଥିବା ବ୍ଯବସ୍ଥା ଅନୁସାରେ କରିବା, ଯେଉଁ ଏଜେନ୍ସି ମାନେ ଦରମା, ଇପିଏଫ୍, ଇଏସଆଇ,ବିଧିସମ୍ମତ ଆବଶ୍ଯକତା ଚୁକ୍ତିରେ ଖିଲାଫ କରୁଛନ୍ତି ତାଙ୍କୁ ତୁରନ୍ତ କଳା ତାଲିକା ଭୁକ୍ତ କରିବା, ସମସ୍ତ ଅଣ ସଙ୍ଗଠିତ କର୍ମଚାରୀ ଯେଉଁ ମାନେ ସଙ୍ଗଠିତ ବର୍ଗର କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାଙ୍କ ପାଇଁ ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପ୍ରଦାନରେ ଏକକ ଦିନ ଧାର୍ଯ୍ୟ କରିବା, ପ୍ରଜେକ୍ଟ ସିଭିଲ, ଏନଇଜି ମାଧ୍ୟମରେ ନୂତନ କାର୍ଯ୍ୟ ଗୁଡିକରେ ନିମ୍ନ ମାନର ବୈଦ୍ଯୁତିକ ସରଞ୍ଜାମ ବ୍ଯବହାର ଉପରେ କଟକଣା ଜାରି କରିବା, କର୍ମଚାରୀ ମାନଙ୍କ ବାକିଥିବା ସମସ୍ତ ପ୍ରାପ୍ୟ ବେତନ ତୁରନ୍ତ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି। ଟାଟା ପାଓ୍ବାର ବିଦ୍ୟୁତ ବିତରଣର ଦାୟିତ୍ୱ ଭାର ନେବା ପର ଠାରୁ ବିଶେଷକରି ତୃଣମୂଳ ସ୍ତରରେ କାର୍ଯ୍ଯରତ ସ୍ଥାୟୀ ଓ ଅସ୍ଥାୟୀ ଲାଇନମ୍ଯାନ୍ ବର୍ତ୍ତମାନ କମ୍ପାନୀ ଦ୍ବାରା ନୀସ୍ପେସିତ ଏବଂ ପ୍ରତାରିତ ହେଉଛନ୍ତି। ତେଣୁ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦାବି ଗୁଡିକ ଜୁନ ୧୫ ତାରିଖ ସୁଦ୍ଧା ପୁରଣ ନହେବ ଜୁନ ୧୬ ଠାରୁ ଜିଲ୍ଲାର ସମସ୍ତ ବିଦ୍ଯୁତ ଶ୍ରମିକ କର୍ମଚାରୀ ମାନେ ଆନ୍ଦୋଳନତ୍ମାକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। କୋଣସି ବିଦ୍ଯୁତ ବିଭ୍ରାଟ ଘଟିଲେ ବିଭାଗୀୟ ଅଧିକାରୀ ମାନେହିଁ ଦାୟୀ ରହିବେ। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଘର ସହ ସମ୍ପାଦକ ଦିପକ ମହାନ୍ତ, ଚନ୍ଦନ ରାଉତ, ଲମ୍ବୋଦର ମହାନ୍ତ,ଉଦୟ ଭାନୁ ବେହେରା, ଗୋପିନାଥ ଗିରି, ସୁଜିତ୍ ବେହେରା,ଶିବ ମୁଣ୍ଡା,ଜୟ ନାରାୟଣ ପରିଡା, ମହେନ୍ଦ୍ର ମହାନ୍ତ ପ୍ରମୁଖ ବହୁ ସଂଖ୍ୟକ କର୍ମୀ ଉପସ୍ଥିତି ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୁର୍ଛନା ରାଉରକେଲା ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

masiha

ଡ୍ରାଇଭର ମହାସଂଘର ଡ୍ରାଇଭର ଦିବସ ପାଳିତ

masiha

Leave a Comment

error: Content is protected !!