ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ଜଳ ସମସ୍ୟା ନେଇ ମିଳିତ ନାଗରିକ କମିଟି ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

 ଭାରତ ସରକାରଙ୍କ ଜଳସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ମିଳିତ ନାଗରିକ କମିଟି ପକ୍ଷରୁ ଜଳ ସମସ୍ୟା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମିଳିତ ନାଗରିକ କମିଟି ପକ୍ଷରୁ ଆବାହକ ଅଶୋକ ପରିଡାଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମନ୍ତ୍ରୀ ଙ୍କୁ ଭେଟି ଜିଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚତାରେ ଥିବା ପାହାଡ ପର୍ବତ ପୂର୍ଣ୍ଣ କନ୍ଧମାଳ ଜିଲାରେ ଖରାଦିନେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଉଥିବା ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

        ଫୁଲବାଣୀ ପିଲାସାଲକି ନଦୀର ପିଅନପଡା ଏବଂ ଫୁଲବାଣୀ ସାହିଠାରେ ଦୁଇଟି ବ୍ୟାରେଜ ନିର୍ମାଣ ସହ ବଡସାଲୁଙ୍କି ନଦୀରେ କେରେଡି, ବିଶିପଡା ତୁଡିପାଜୁ ଓ ପୁତୁଡି ପର୍ଯ୍ୟଟନ ସ୍ଥଳରେ ପ୍ରାଥମିକ ପର୍ଯ୍ୟାୟରେ ୬ଟି ବ୍ୟାରେଜ ନିର୍ମାଣ କରାଗଲେ ଜଳ ସମସ୍ୟା କେତେକାଂଶରେ ଦୂର ହେବ। ଭୂପୃଷ୍ଠସ୍ଥ ଜଳସ୍ତର ବୃଦ୍ଧି ପାଇବ, କୃଷି ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲିଖିତ ଭାବେ କମିଟି ପକ୍ଷରୁ ଦିଆଯାଇଛି।ଏହି ଦୁଇଟି ନଦୀରେ ୬ଟି ପ୍ରକଳ୍ପ ପାଇଁ ପ୍ରାୟ ୨୫-୩୦କୋଟି ବ୍ୟୟ ହେବା ଆକଳନ କରାଯାଇଛି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଜିଲାରେ ଥିବା ଆଠଟି ଜଳପ୍ରପାତର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାରେଜ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

 ଜିଲାର ଅନ୍ୟ ୧୧ଗୋଟି ବ୍ଲକରେ ଥିବା ଛୋଟ ଛୋଟ ନଦୀରେ ତିନି ଚାରୋଟି ଲେଖାଏଁ ଆଡିବନ୍ଧ ବା ବ୍ୟାରେଜ ନିର୍ମାଣ କଲେ କନ୍ଧମାଳ ଜିଲାରେ ଜଳ ସମସ୍ୟା ଦୁର ହେବା ସହ ନଦୀପାଶ୍ୱରେ ଥିବା ଜମିକୁ ଜଳସେଚନ କରି ଚାଷୀମାନେ ଲାଭବାନ ହେବେ ଓ ପାନୀୟ ଜଳ ଭାବେ ବ୍ୟବହାର କରିବେ।

    ଜିଲ୍ଲାର ବିଭିନ୍ନ ନଦୀରେ ବ୍ରିଜ ନଥିବା ହେତୁ ଲୋକମାନେ ଗଛରେ ତାର ବାନ୍ଧି ବିପଦସଂଙ୍କୁଳ ଅବସ୍ଥାରେ ଗର୍ଭବତୀ, ଛାତ୍ରଛାତ୍ରୀ ନଦୀ ପାରି ହେଉଥିବାର ଦୟନୀୟ ଚିତ୍ର ବର୍ଷା ଦିନେ ଦେଖାଯାଏ। ବର୍ଷା ଦିନେ ନଦୀପାର ଦୃଶ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେଉଥିବାରୁ ଉକ୍ତ ସ୍ଥାନ ଚିହ୍ନଟ କରି ବ୍ୟାରେଜ ଓ ବ୍ରିଜ ଉଭୟ ଅଗ୍ରାଧିକାର ଭିତିରେ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡାଙ୍କ ସହ କମିଟି ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଭି ସୁବ୍ରମନ୍ୟୁମ, ଜଗନ୍ନାଥ ସାହୁ,ଅନ୍ତର୍ଯ୍ୟାମି ସୁବୁଦ୍ଧି ,ମନୋଜ ଚୌଧୁରୀ, ଉମେଶ ପାତ୍ର, ଅରୁଣ ପଣ୍ଡା, ରମେଶ ମହାନ୍ତି,ବାବୁ ପଣ୍ଡା,ପ୍ରଶାନ୍ତ ମହାନ୍ତି ,ଅନ୍ରଯ୍ୟାମୀ ସୁବୁଦ୍ଧି, ସୁଧିର ମହାରଣା,ଭଗବାନ ମହାନ୍ତି, ରାମବିଶି ଦିଗାଲ,ଗୋଲେକ କହଁର, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ସ୍ୱରୁପାନନ୍ଦ ପଟନାୟକ ପମୁଖ ମନ୍ତ୍ରୀଙ୍କ ସହ ଆଲୋଚନାରେ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ନିଜ ବିଭାଗ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଦେବାକୁ ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

ରାଇରଙ୍ଗପୁର ମୁର୍ମୁ ଛକରେ ଅତ୍ୟାଧୁନିକ ମିଲନ ମ୍ଯୁଜିକ ଷ୍ଟୁଡିଓ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!