ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରକ ଧକ୍କା ରେ ଗୁରୁତର ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୧ ଲକ୍ଷ କ୍ଷତିପୂରଣ ଦେବାପରେ ଶବ ଗାଁ କୁ ନେଲେ ପରିବାର

କୋକସରା,୨୫/୦୩- କଳାହାଣ୍ଡି ଶେଷ ସୀମାରେ ଥିବା କୋକସରା ବ୍ଲକ ଆମପାଣି ଘାଟିରେ ଶନିବାର ସକାଳେ ଟ୍ରକ ଧକ୍କାରେ ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଛି।ସୁଚନା ଅନୁସାରେ ଶନିବାର ପ୍ରାୟ ୭ ଘଣ୍ଟା ସମୟରେ ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣି ନିକଟରେ ନବରଙ୍ଗପୁର ପଟକୁ ଯାଉଥିବା ଟ୍ରକ ନମ୍ବର ସିଜି ୦୪ ଏମ ଏନ ୩୮୯୨ ବିପରୀତ ଦିଗରୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଯୁବକ ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଥିଲା। କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ହେଲେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଆମପାଣି ପଞ୍ଚାୟତ କନ୍ଦାଗଡ ଗାଁର ଫୁଲସିଙ୍ଗ ମାଝୀ (୫୨) । ସେ କୌଣସି କାମରେ ବିରିମୁହାଣ ଗାଁରୁ ନିଜ ଗାଁ କନ୍ଦାଗଡକୁ ଫେରିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ। ଖବର ପାଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସଦଲବଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଟ୍ରକର ଡ୍ରାଇଭର ଟଣାସ୍ଥଳରୁ ପଳାୟନ କରି ଧର୍ମଗଡ଼ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ମୃତକଙ୍କ ଶବ ଭବାନୀପାଟଣାରେ ବ୍ୟବଚ୍ଛେଦ ପରେ ଗାଁ କୁ ପହଞ୍ଚିବା ପୂର୍ବରୁ ପରିବାର ଓ ଗ୍ରାମବାସୀ ମାନେ ଆମପାଣି ଥାନା ସମ୍ମୁଖରେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , ଯୁବ ସମାଜସେବୀ ସଞ୍ଜୟ ସିଙ୍ଘଲ, ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ଜିତେନ୍ଦ୍ର ପଣ୍ଡା, ମନୋରଞ୍ଜନ ବାଣୁଆ ଟ୍ରକ ମାଲିକ ସହ ଆଲୋଚନା କରି କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ମୃତକଙ୍କ ପରିବାର ବର୍ଗଙ୍କୁ ଦେଇଥିଲେ ପରେ ପରିବାର ଶବ ଗାଁକୁ ନେଇଥିବା ଜଣାପଡିଛି। ଆମପାଣି ପୁଲିସ ଏନେଇ ଦୁର୍ଘଟଣା ଜନିତ ମାମଲା ଥାନା କେଶ ନମ୍ବର ୨୫/୨୩ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସଆଇ ରାଜେଶ ପରିଡା ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ 

masiha

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

masiha

Leave a Comment

error: Content is protected !!