ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରକ ଧକ୍କା ରେ ଗୁରୁତର ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୧ ଲକ୍ଷ କ୍ଷତିପୂରଣ ଦେବାପରେ ଶବ ଗାଁ କୁ ନେଲେ ପରିବାର

କୋକସରା,୨୫/୦୩- କଳାହାଣ୍ଡି ଶେଷ ସୀମାରେ ଥିବା କୋକସରା ବ୍ଲକ ଆମପାଣି ଘାଟିରେ ଶନିବାର ସକାଳେ ଟ୍ରକ ଧକ୍କାରେ ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଛି।ସୁଚନା ଅନୁସାରେ ଶନିବାର ପ୍ରାୟ ୭ ଘଣ୍ଟା ସମୟରେ ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣି ନିକଟରେ ନବରଙ୍ଗପୁର ପଟକୁ ଯାଉଥିବା ଟ୍ରକ ନମ୍ବର ସିଜି ୦୪ ଏମ ଏନ ୩୮୯୨ ବିପରୀତ ଦିଗରୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଯୁବକ ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଥିଲା। କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ହେଲେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଆମପାଣି ପଞ୍ଚାୟତ କନ୍ଦାଗଡ ଗାଁର ଫୁଲସିଙ୍ଗ ମାଝୀ (୫୨) । ସେ କୌଣସି କାମରେ ବିରିମୁହାଣ ଗାଁରୁ ନିଜ ଗାଁ କନ୍ଦାଗଡକୁ ଫେରିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ। ଖବର ପାଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସଦଲବଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଟ୍ରକର ଡ୍ରାଇଭର ଟଣାସ୍ଥଳରୁ ପଳାୟନ କରି ଧର୍ମଗଡ଼ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ମୃତକଙ୍କ ଶବ ଭବାନୀପାଟଣାରେ ବ୍ୟବଚ୍ଛେଦ ପରେ ଗାଁ କୁ ପହଞ୍ଚିବା ପୂର୍ବରୁ ପରିବାର ଓ ଗ୍ରାମବାସୀ ମାନେ ଆମପାଣି ଥାନା ସମ୍ମୁଖରେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , ଯୁବ ସମାଜସେବୀ ସଞ୍ଜୟ ସିଙ୍ଘଲ, ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ଜିତେନ୍ଦ୍ର ପଣ୍ଡା, ମନୋରଞ୍ଜନ ବାଣୁଆ ଟ୍ରକ ମାଲିକ ସହ ଆଲୋଚନା କରି କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ମୃତକଙ୍କ ପରିବାର ବର୍ଗଙ୍କୁ ଦେଇଥିଲେ ପରେ ପରିବାର ଶବ ଗାଁକୁ ନେଇଥିବା ଜଣାପଡିଛି। ଆମପାଣି ପୁଲିସ ଏନେଇ ଦୁର୍ଘଟଣା ଜନିତ ମାମଲା ଥାନା କେଶ ନମ୍ବର ୨୫/୨୩ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସଆଇ ରାଜେଶ ପରିଡା ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ମଦୁଆ ଅଟୋ ଚାଳକ ଯୋଗୁଁ ନିରୀହ ଲୋକଙ୍କ ମୃତ୍ୟୁ

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ଶଳା ଭାଉଜକୁ ମାଡ ମାରି ଜ୍ଵାଇଁ ଗିରଫ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort