ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଭା ଅବସରରେ ମା’ ଠାକୁରାଣୀଙ୍କ ରଥ ବିଭିନ୍ନ ଅଞ୍ଚଳରେ ପରିକ୍ରମା 

ରୁପ୍ରା, ୨୬/୩ (ମନିସ) : କଳାହାଣ୍ଡି ଓ ଟିଟିଲାଗଡ଼ ସବଡିଭିଜନ ଅଧିନ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ସୌଜନ୍ୟରେ ଆସନ୍ତା ଏପ୍ରିଲ ୨୦୨୩ ତାରିଖ ୭, ୮ଓ ୯ (ଶୁକ୍ରବାର, ଶନିବାର ଓ ରବିବାର) ପର୍ଯ୍ୟନ୍ତ କୋକସରା ବ୍ଲକ୍ ଅନ୍ତର୍ଗତ ଲଡୁଗାଁ ଠାରେ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର ପଞ୍ଚମ ମହାସଭା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗତ ୨୪ ତାରିଖ ଠାରୁ ସମାଜର ଆରାଧ୍ୟ ଦେବୀ ମା’ ଠାକୁରାଣୀଙ୍କ ଏକ ସୁସଜ୍ଜିତ ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି । ଉକ୍ତ ରଥ ବ୍ଲକ ଆଞ୍ଚଳିକ କମିଟି ଦ୍ବାରା ନିର୍ଦ୍ଧାରିତ ଗ୍ରାମକୁ ପରିକ୍ରମା କରୁଥିବା ସମୟରେ କର୍ମକର୍ତ୍ତାଙ୍କ ସମେତ ସପରିବାର ଉପସ୍ଥିତ ରହି ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଇଷ୍ଟଦେବୀ ମା’ଠାକୁରାଣୀଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। କାର୍ଯ୍ୟସୂଚୀ ଅନୁଯାୟୀ ଉକ୍ତ ରଥ ଗତ ତା ୨୪.୩.୨୦୨୩ ରିଖରୁ ପ୍ରଥମ ଦିନରେ ଲଡୁଗାଁ ଠାରୁ ବାହାରି ସୁନାମାଲ, କାଉଡୋଳା, ଟେମରା,କାଲୋପଲା, ମହିଚଲା, ତରାପୁର, ଧର୍ମଗଡ ,ଦଶପୁର, ଧାମନପୁର, ଚେରଗାଁ, ମକରାଗୁଡା, ମହାଲିଙ୍ଗ, କୁହୁରା, କୁରସୁଡ୍, ଦିଗସିରା, କୁସକେଳା ଦେଇ ସିନ୍ଧେକେଲାରେ ପହଞ୍ଚି ଥିଲା। ସେହିପରି ଦ୍ବିତୀୟ ଦିବସ ତା୨୫.୩ ରିଖରୁ ସିନ୍ଧେକେଲା ରୁ ବାହାରି ବଙ୍ଗୋମୁଣ୍ଡା, ପଥର୍ଲା,କେନ୍ଦୁମୁଣ୍ଡି, ଟିଟଲାଗଡ, ଲୁଥୁରବନ୍ଧ, କେସିଙ୍ଗା, ବେଲଖଣ୍ଡି, କର୍ଲାମୁଣ୍ଡା, ମଦନପୁର ରାମପୁର, ଯୋରାଡୋବ୍ରା, କୁସୂର୍ଲା, ଘୋଡ଼ାବନ୍ଧ,ଭାନପୁର ଓ ବାଲିପଡା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ତୃତୀୟ ଦିନ ତା ୨୬/୩ ରିଖରେ ବାଲିପଡାରୁ ବାହାରି ରୁପ୍ରା ଠାରେ ପହଞ୍ଚିଥିଲେ, ରୁପ୍ରାରେ ରଥ ପହଞ୍ଚିବା ପରେ ରୁପ୍ରା ଦକ୍ଷିଣୀ ଶୌଣ୍ଢିକ ସମାଜର ବରିଷ୍ଠ ସଦସ୍ୟ ଶ୍ରୀ ଶ୍ୟାମସୁନ୍ଦର ସେନାପତି, ଶ୍ରୀ ପର୍ଶୁରାମ ସାହୁ, ଶ୍ରୀ ପୁରୁଷୋତ୍ତମ ସାହୁ, ସମାଜର ସଦସ୍ୟ ତଥା ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ଶ୍ରୀ ବିଜୟ କୁମାର ସେନାପତି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ସେନାପତି, ଶ୍ରୀ ଉଗ୍ରସେନ ସାହୁ, ଅବସରପ୍ରାପ୍ତ କିରାଣୀ ଶ୍ରୀ ନବୀନ କୁମାର ସାହୁ, ଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ସେନାପତି, ଶିକ୍ଷକ ଶ୍ରୀ ରାଧାକାନ୍ତ ସେନାପତି, ଶ୍ରୀ କୁମାର ଚନ୍ଦ୍ର ସେନାପତି, ଶ୍ରୀ କବିରାଜ ସାହୁ, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଶ୍ରୀ ବରୁଣ କୁମାର ସାହୁ, ଶ୍ରୀ ବିନୋଦ ବିହାରୀ ସାହୁ, ଯୁବ ବ୍ୟବସାୟୀ ଶ୍ରୀ ପ୍ରଶାନ୍ତ କୁମାର ସେନାପତି, ଶ୍ରୀ ମନୋଜ କୁମାର ସେନାପତି, ସାମ୍ବାଦିକ ଶ୍ରୀ ଅଜୟ କୁମାର ସେନାପତି ଓ ଶ୍ରୀ ପ୍ରଦୀପ କୁମାର ସେନାପତି, ଶ୍ରୀ ଶୁଭେନ୍ଦୁ ସେନାପତି, ମହିଳା ସଦସ୍ୟା ଶ୍ରୀମତୀ ମେନକା ସାହୁ, ପ୍ରତିମା କୁମାରୀ, ଶ୍ରୀମତୀ ମମତା ସେନାପତି, ଶ୍ରୀମତୀ ସୁଶୀଲା ସେନାପତି, ଶ୍ରୀମତୀ ସୁନନ୍ଦା ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶିକ୍ଷୟତ୍ରୀ ଶ୍ରୀମତୀ ମୌସୁମୀ ମାଳା ଚୌଧୁରୀ, ଶ୍ରୀମତୀ ସ୍ୱର୍ଣ୍ଣଲତା ସାହୁ, ଶ୍ରୀମତୀ ବବିତା ସେନାପତି ଶ୍ରୀମତୀ ଗିତାରାଣୀ ସେନାପତିଙ୍କ ସମେତ ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ମା’ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରିବା ସହ ରଥ ସହ ବୁଲୁଥିବା ସମାଜର ବରିଷ୍ଠ ସଦସ୍ୟ ମାନଙ୍କୁ ଫୁଲମାଳ ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ରଥ ବାଲସି ଦେଇ ଫଲସାପଡା, ଭୀମକେଲା, ବରଗାଁ,ରୁପ୍ରାରୋଡ, ବଲବସପୁର, ସରିଆ, ଗୁଣ୍ଡୁରି, ଉଲିକୁପା, ଦେପୁର, ନାସିଗାଁ, ପାଷ୍ଟିକୁଡ଼ି, ଚାଞ୍ଚେର, ଉତ୍କେଲା, ଡୁମେରମୁଣ୍ଡା, ତୁରକେଲ, ସେଁପୁର,ଚହଗାଁ, ପରିଆ, ଡୁମାଲ, କାମଠନା, ଭବାନୀପାଟଣା, କୁଲିଆମାଲ, ମାଲଗାଁ, ଜୁନାଗଡ,ଦାସୀଗାଁ, କଲମପୁର ଅଭିମୁଖେ ଯାଉଥିବା ଜଣାପଡିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!