ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମାକାନ୍ତ ପଡାରୁ କର୍ଲାମୁଣ୍ଡା ରାସ୍ତା ଶୋଚନୀୟ 

ଉମାକାନ୍ତ ପଡାରୁ କର୍ଲାମୁଣ୍ଡା ରାସ୍ତା ଶୋଚନୀୟ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଉମାକାନ୍ତ ପଡା ଠାରୁ କର୍ଲାମୁଣ୍ଡାକୁ ସଂଯୋଗ କରୁଥୁବା ରାସ୍ତା ଏବେ ଅତି ଶୋଚନୀୟ ହୋଇ ପଡିଛି l ଏହି ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ବ୍ଲକ ଅଫିସ କୁ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତା ଉପରେ କିଛିଦିନ ହେଲା ଆରଡବ୍ଲୁ ଏସ ଏସ ର ଜଣେ ଠିକାଦାର ବିକଳ୍ପ ବ୍ୟବସ୍ଥା ନ କରି ରାସ୍ତା ଉପରେ ପାଇପ୍ ଲାଇନ ଖୋଲି ମାଟି ଓ ପାଇପ୍ ମାନ ଏଣେତେଣେ ଫିଙ୍ଗା ଫୋପଡ଼ା ହୋଇ ପଡି ରହିଅଛି l ବର୍ତମାନ ବର୍ଷା ସମୟ ଯୋଗୁଁ ରାସ୍ତା ଅତ୍ୟନ୍ତ କାଦୁଅ ହୋଇ ଥିବାରୁ ଉକ୍ତ ରାସ୍ତା ରେ ଯିବା ଆସିବା କରୁଥିବା ସ୍କୁଲ ଛାତ୍ରଛାତ୍ରୀ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନେକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଇଛି l ଏଣୁ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତାତିରେ ସାରା ଓଡ଼ିଶା ନିଆଁ; ଅମଲାଙ୍କ ଆନ୍ଦୋଳନ ନିଆଁ ; ସରକାରୀ କାର୍ଯ୍ୟ ଠପ୍ ,ଜନତା ଅସନ୍ତୋଷରେ ନିଆଁ

Sunil Chandra Nayak

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

masiha

ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ବେଶ: ବିଶ୍ଵ ହିନ୍ଦୁ ପରିଷଦର ଷଷ୍ଠୀ ପୂର୍ତ୍ତି ଉତ୍ସବ 

masiha

Leave a Comment

error: Content is protected !!