ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ନଦୀ ର ଉତ୍ପତ୍ତିସ୍ତଳୀ:ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ହେବା ସତ୍ତ୍ୱେ ଅବହେଳିତ

ତେନ୍ତୁଳିଖୁଣ୍ଟି ୦୯/୦୧/୨୩ // ଗୋଟେ ଆମ୍ବ ଗଛ ପାର୍ଶ୍ୱ ରୁ ବହିଆସୁଛି ତିନୋଟିଜଳାଧାର ,ଏହିଠାରୁ ହିଁ ଇନ୍ଦ୍ରାବତୀ ନଦୀ ର ଉତ୍ପତ୍ତି। ନିଜ ଆଖିରେ ନଦେଖିଲେ କେବେବି ବିଶ୍ୱାସ ଲାଗିବନି ଯେ ତିନୋଟି ସରୁ ଜଳା ଧାର ହିଁ ଇନ୍ଦ୍ରାବତୀ ନଦୀ ର ଉତ୍ପତ୍ତି ସ୍ଥଳ ଯେଉଁ ନଦୀରେ ଜଳଭଣ୍ଡାର କରାଯାଇ କଳାହାଣ୍ଡି ଜିଲ୍ଲା ରେ ଦେଢ଼ ଲକ୍ଷ ହେକ୍ଟର ଜମି ଜଳପ୍ଲାବିତ ହୋଇ ଶସ୍ୟ ଶ୍ୟାମଲା ଓ ରାଜ୍ୟ ପାଉଛି ଦୈନିକ 600 ମେଗାୱାଟ ବିଦ୍ୟୁତ । ପର୍ଯ୍ୟଟନ ବିଭାଗର ଲମ୍ବା ତାଲିକା ମଧ୍ୟ୍ୟରେ ସ୍ଥାନ ପାଇଛି ଏଇ ସ୍ଥାନ ମର୍ଦ୍ଧି ଗୁଡା ।ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଛି କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନ ଠାରୁ ବହୁ ଦୂର। ଅନୁଭବୀ ହିଁ କହି ପାରିବ ପ୍ରକୃତି ର ସୃଷ୍ଟି ଯେ କେତେ ବିସ୍ମୟ ହେଇପାରେ, ଥରେ ଏ ସ୍ଥାନକୁ ବୁଲି ଆସିଲେ ଆତ୍ମସନ୍ତୋଷ ଲାଗିବ।

 ଉତ୍ପତ୍ତି ସ୍ଥଳ ମର୍ଦ୍ଧିଗୁଡା……କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥୁଆମୂଳ_ରାମପୁର ବ୍ଲକ ର ଏକ ଛଟିଆ ଗାଁ l ଜଙ୍ଗଲ ପାହାଡ଼ ଘେରା ମଧ୍ୟ୍ୟରେ ଥିବା ଏହି ମର୍ଦ୍ଧିଗୁଡା ରେ ବସବାସ କରୁଛନ୍ତି ପ୍ରାୟ ଚାଳିଶି ଗରିବ ଚାଷୀ ପରିବାର l ମର୍ଦ୍ଧିଗୁଡା ର ଆମ୍ବ ବୃକ୍ଷ ପାଖରୁ ତିନି ଗୋଟି ଜଳ ଧାର ରୁ ଆରମ୍ଭ ଇନ୍ଦ୍ରାବତୀ ନଦୀ l ଏଣୁ ଏଇ ସ୍ଥାନକୁ ମା ଇନ୍ଦ୍ରାବତୀ ପୀଠସ୍ଥଳୀ ଭାବେ ନାମିତ କରାଯାଇଛି l କୂଳୁ କୂଳୁ ଶବ୍ଦ କରି ବର୍ଷ ବର୍ଷ ଧରି ବହି ଆସୁଥିବା ତିନି ଜଳ ଧାର ରୁ ସୃଷ୍ଟି ହୋଇଥିବା ପ୍ରାକୃତିକ ଇନ୍ଦ୍ରାବତୀ ନଦୀକୁ ବନ୍ଧ ବାନ୍ଧି ସୃଷ୍ଟି କରାଗଲା ବିରାଟ ଜଳଭଣ୍ଡାର l ସେଇ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ଦ୍ୱାରା ସବୁଠାରୁ ଅଧିକ କ୍ଷତି ସହିଲେ ନବରଙ୍ଗପୁର ଜିଲ୍ଲା ବାସୀ ଏବଂ ଜଳଭଣ୍ଡାର ର ଜଳ ବ୍ୟବହାର କରି ମୁଖୀଗୁଡା ଠାରେ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯାଇ 600 ମେଗାୱାଟ କ୍ଷମତା ସମ୍ପନ୍ନ ବିଦ୍ୟୁତ ଉତ୍ପାଦନ କରିବା ସହ ଓଡିଶା ସରକାର ରାଜସ୍ବ ବୃଦ୍ଧି କରୁଛି।କିନ୍ତୁ ଦୁଃଖର ବିଷୟ ଇନ୍ଦ୍ରାବତୀ କୁ ଜନ୍ମ ଦେଇଥିବା ମର୍ଦ୍ଧିଗୁଡା ଗାଁ ଆଜି ଦୟନୀୟ ଅବସ୍ଥାରେ l ଗାଁରେ ଟିୟୁବୱେଲ ଅଛି କିନ୍ତୁ ବାହାରୁଛି ଦୂଷିତ ପାଣି l ବିଜୁଳି ବି ସଂଯୋଗ ରହିଛି କିନ୍ତୁ ନିରଵଛିନ୍ନ ନୁହେଁ । ସପ୍ତାହ କୁ ପାଞ୍ଚ ଦିନ ଡିବିରୀ ଆଲୁଅ ହିଁ ଭରସା ।

ଇନ୍ଦ୍ରାବତୀ ର ଉତ୍ପତ୍ତି ସ୍ଥଳୀ ଓଡିଶା ପର୍ଯ୍ୟଟନ ବିଭାଗ ରେ ସ୍ଥାନ ପାଇ ମଧ୍ୟ ଅବହେଳିତ।କିନ୍ତୁ ବିଭାଗ ତରଫରୁ କ୍ଷୁଦ୍ର ଅକ୍ଷର ରେ Odisha tourism ବୋଲି ଲେଖାଥିବା ଏକ ବିରାଟ ସାଇନ ବୋର୍ଡ ପୋତି କାମ ସାରିଦେଇଛି। ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲାଭଳି କୌଣସି ବ୍ୟବସ୍ଥା କରାଯାଇନି। ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ର ରେ ସ୍ଥାନ ଦେବା ପରେ ପର୍ଯ୍ୟଟନ ବିଭାଗ ଭୁଲିଗଲା ଭଳି ଲାଗୁଛି। ପର୍ଯ୍ୟଟନ ଙ୍କୁ ଆକୃଷ୍ଟ କରିବା ଭଳି କିଛି ବ୍ୟବସ୍ଥା କରି ସ୍ଥାନୀୟ ଅଧିବାସୀ ଙ୍କୁ ପର୍ଯ୍ୟଟନ ଶିଳ୍ପ ର ଅନ୍ତତଃ ସ୍ୱଳ୍ପ ଫାଇଦା ଯୋଗାଇବା ଅଵଶ୍ୟକତା ରହିଛି। ଓଡିଶା ପର୍ଯ୍ୟଟନ ବିଭାଗ ଓ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କୁ ମର୍ଦ୍ଧିଗୁଡା ଗ୍ରାମର ବିକାଶ କରିବା ସହ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲାଭଳି ଉକ୍ତ ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି କରାଯାଉ ବୋଲି ବୁଦ୍ଧିଜୀବୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରେମୀ ମତ ପ୍ରଦାନ କରନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ 

masiha

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

Leave a Comment

error: Content is protected !!