ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ତହସିଲ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ

କୋକସରା ତହସିଲ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ

କୋକସରା,୯/୧୦ // କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ତ୍ୱତ୍ବାବଧାନରେ ତହସିଲ୍ କାର୍ଯ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ କୋକସରା ଉତ୍ତମ କୁମାର ବାଗ, ସମ୍ମାନିତ ଅତିଥି ଭାବେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡ଼. ନିୟତି ପଣ୍ଡା, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଓକିଲ ସଂଘ ସମ୍ପାଦକ ଲକିଧର ମେହେର ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ କୋକସରା ତହସିଲଦାର ଦେବବ୍ରତ କରାଟି ପ୍ରଥମେ ନିଜେ ରକ୍ତଦାନ କରିବା ସହ ଅନ୍ୟର ବିପଦ ସମୟରେ ରକ୍ତଦାନ କରି ଜୀବନ ବଞ୍ଚାଇବା ମଣିଷର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ। ଏହି ଶିବରରେ ପୋଲିସ, ଅଗ୍ନିଶମ ବିଭାଗ, ରାଜସ୍ବ ବିଭାଗ, ଅଙ୍ଗନୱାଡି କର୍ମି, ସାମ୍ବାଦିକ, ଶିକ୍ଷକ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗ କରି ରକ୍ତଦାନ କରିଥିଲେ | ରକ୍ତଦାନ ଶିବିରରେ ମୋଟ ୬୮ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ବେଳେ ଧର୍ମଗଡ଼ରୁ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ | ଶିବର ଆୟୋଜନରେ ରାଜସ୍ୱ କର୍ମଚାରୀ ଝାନ୍ସି ରାଣି ଦିଶାରୀ, ମମତା ସାଏ, ବିମଲ ପୁଝାରି, ବୈଷ୍ଣବ ଗୁରୁ, ଛନ୍ଦା ଖମାରି, ରମଣି ରଞ୍ଜନ ପ୍ରଧାନୀ, ଆଇନଜୀବୀ ମାନସ ରଞ୍ଜନ ସିଂ, ତପନ ଦାସ, ପ୍ରେମଲାଲ ସିଂ ସମେତ ଦୀପକ କୁମାର ସାହୁ, ଧନୁ ଦୁର୍ଗା, ପ୍ରଦୀପ୍ତ କୁମାର ସାହୁ, ଖଗେଶ୍ୱର ପାଣିଗ୍ରାହୀ, ଭୁବନେଶ୍ୱର ବାଗ, ପ୍ରମୋଦ ବେହେରା, କ୍ଷୀରସିନ୍ଧୁ ରାଉତ, ରମେଶ ଦୁର୍ଗା, ଧବଳେଶ୍ବର ନାଗ, କୌଶିକ ଦୁରିଆ, ପରମେଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଅବସର ପ୍ରାପ୍ତ ଜୱାନ ଙ୍କ ପରଲୋକ

masiha

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!