ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ପାଳଗଦା ଜଳିଗଲା

ଡ଼ାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମରେ ସୋମବାର ସକାଳ ସମୟରେ ପାଳଗଦାରେ ନିଆଁ ଲାଗି ପୋଡିଯାଇଥିଲା । ସୂଚନା ଯୋଗ୍ୟ :- ମହେନ୍ଦ୍ରୀ ଗ୍ରାମର ଉପରସାହି ର ସଦନ ଜାନୀ, ମହେଶ ଜାନି ଓ ଭୁଜ ଜାନି ନିଜ ଧାନ ଅମଳ ପରେ ୧୦ଏକର ଜମିର ପାଳ କୁ ନିଜ ଘରପାଖ ଖଳାରେ ରଖିଥିଲେ । ସୋମବାର ସକାଳ ସମୟରେ କୌଣସି କାରଣରୁ ସେହି ପାଳଗଦା ରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଗ୍ରାମର ଲୋକେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରି ସେଥିରେ ସଫଳ ହୋଇଥିଲେ । ଆଖପାଖରେ ଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ଵ ଘର ଗୁଡିକ ରକ୍ଷା ପାଇଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

masiha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

masiha

Leave a Comment

error: Content is protected !!