ଡ଼ାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମରେ ସୋମବାର ସକାଳ ସମୟରେ ପାଳଗଦାରେ ନିଆଁ ଲାଗି ପୋଡିଯାଇଥିଲା । ସୂଚନା ଯୋଗ୍ୟ :- ମହେନ୍ଦ୍ରୀ ଗ୍ରାମର ଉପରସାହି ର ସଦନ ଜାନୀ, ମହେଶ ଜାନି ଓ ଭୁଜ ଜାନି ନିଜ ଧାନ ଅମଳ ପରେ ୧୦ଏକର ଜମିର ପାଳ କୁ ନିଜ ଘରପାଖ ଖଳାରେ ରଖିଥିଲେ । ସୋମବାର ସକାଳ ସମୟରେ କୌଣସି କାରଣରୁ ସେହି ପାଳଗଦା ରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଗ୍ରାମର ଲୋକେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରି ସେଥିରେ ସଫଳ ହୋଇଥିଲେ । ଆଖପାଖରେ ଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ଵ ଘର ଗୁଡିକ ରକ୍ଷା ପାଇଯାଇଥିଲା ।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ