ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ.

ରାଉରକେଲା: ରାଉରକେଲା ସହରର ପାନପୋଷରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାୟୁସେନା ନିଯୁକ୍ତି ଶାଖା କେନ୍ଦ୍ର, ଭୁବନେଶ୍ୱରରୁ ଆସିଥିବା ସର୍ଜେଣ୍ଟ ଦିପେଶ ଏବଂ ରାହୁଲ୍‌ଙ୍କ ସମେର ରାଉରକେଲା କର୍ମ ନିୟୋଜନ କାର୍ଯ୍ୟାଳୟର କୌଶଳ ବିକାଶ ଅଧିକାରୀ ବିରେନ୍ଦ୍ର ପ୍ରସାଦ ଯାଦବ ଉପସ୍ଥିତ ଥିଲେ। ଏହି ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନା ସହିତ ବାୟୁସେନା ଭର୍ତ୍ତି ହେବା ପାଇଁ ରହିଥିବା ଅଗ୍ନିବୀରବାୟୁ ଅନ୍ତର୍ଗତ ବିଭିନ୍ନ ପଦବୀରେ ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ଓ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ଏହି ଅଗ୍ନିବୀରବାୟୁ ଅନ୍ତର୍ଗତ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ନିମନ୍ତେ ଚଳିତ ମାସ ୭ ତାରିଖରୁ ୨୭ ତାରିଖ ମଧ୍ୟରେ ହେଉଥିବା ପଞ୍ଜୀକରଣ ପ୍ରକ୍ରିୟାରେ ଆଗ୍ରହୀ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ପଞ୍ଜୀକରଣ କରାଇବା ପାଇଁ ସୂଚନା ଦେଇଥିଲେ। ଏହି ପଞ୍ଜୀକରଣ ପ୍ରକ୍ରିୟା ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବାରୁ ଏ ସମ୍ପର୍କୀୟ ଆବଶ୍ୟକ ବେଷୟିକ ସୂଚନା ଓ ପ୍ରକ୍ରିୟା ପାୱାର ପଏଣ୍ଟ ମାଧ୍ୟମରେ ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା। ୧ ଜାନୁଆରୀ ୨୦୦୫ ରୁ ୧ ଜୁଲାଇ ୨୦୦୮ ମସିହା ମଧ୍ୟରେ ଜନ୍ମିତ ତଥା ଆବଶ୍ୟକ ଶିକ୍ଷାଗତ ଓ ଅନ୍ୟ ଯୋଗ୍ୟତା ଥିବା ଆଶାୟୀମାନେ ଏଥିରେ ଭାଗ ନେଇପାରିବେ ବୋଲି ସୂଚନା ଦିଆଯାଇଛି। ସେହିଭଳି ବିଭିନ୍ନ ସମୟରେ ଭାରତୀୟ ସେନାବାହିନୀ ଓ ବାୟୁସେନାରେ ହେଉଥିବା ନିଯୁକ୍ତି ସମ୍ପର୍କୀତ ରାଲି ବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇ ଏଥିରେ ଯୋଗଦେବାର ବ୍ୟବସ୍ଥା ଓ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି। ଅଧ୍ୟକ୍ଷା ଡ. ସାମଲ ଏହିଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଶାୟୀ ଛାତ୍ରଛାତ୍ରୀମାନେ ବାୟୁସେନାରେ ନିଯୁକ୍ତି ସମ୍ପର୍କରେ ଅନେକ କଥା ଜାଣିବାର ସୁଯୋଗ ପାଇ ଏହାକୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ରାମେଶ୍ୱରୀ ଭୋଇ ସଂଯୋଜନା କରିଥିଲେ। ଏଥିରେ ବିଶେଷଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଶିକ୍ଷକ,ଶିକ୍ଷୟତ୍ରୀ ସମ୍ମିଳନୀ

Sunil Chandra Nayak

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

Sunil Chandra Nayak

Leave a Comment

error: Content is protected !!