ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଭିଦ ହିଁ ଔଷଧର ଶେଷ ଉତ୍ସ 

ଢେଙ୍କାନାଳ ତା. ୧୮-୦୪-୨୦୨୩ ରିଖ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଶା ବଟାନିକାଲ୍ ସୋସାଇଟି ଓ ସ୍ନାତକୋତ୍ତର ଉଭିଦବିଜ୍ଞାନ ବିଭାଗ ମିଳିତ ସହଯୋଗରେ ଏକ ଜାତୀୟ ସୋପାନ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଢେଙ୍କାନାଳର ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିବା ସହ ଛାତ୍ରଛାତ୍ରୀମାନେ ଏଭଳି ସେମିନାରରୁ ଉପଲବ୍ଧ ଜ୍ଞାନ ନିଜର ଜୀବନର କାମରେ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପି.ଜି. କାଉନସିଲ୍ ଚେୟାରମ୍ୟାନ୍‌ ପ୍ରଫେସର ଚଣ୍ଡୀଚରଣ ରଥ ଶରୀରରେ ବିଭିନ୍ନ ପ୍ରକାରର ଔଷଧ ପ୍ରତିରୋଧ ହୋଇଯାଉଥିବା ବେଳେ ଔଷଧୀୟ ଉଭିଦମାନେ ହିଁ ଶେଷ ଉତ୍ସ ବୋଲି ଦର୍ଶାଇଥିଲେ। ସେଞ୍ଚୁରିଆନ୍ ବିଶ୍ବଦ୍ୟାଳୟର ଜୀବବିଜ୍ଞାନ ନିର୍ଦ୍ଦେଶକ ପ୍ରଫେସର କୁଞ୍ଜବିହାରୀ ଶତପଥୀ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଦେଖାଯାଉଥିବା ଲାଇକେନ୍ (ଫୁରଫୁରୀ) ଏବଂ ଏହାର ବିଭିନ୍ନ ବ୍ୟବହାରିକ ଦିଗ ଉପରେ ଆଲୋଚନା କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡଃ ସୁଜାତା ମହାନ୍ତି, ରିସୋର୍ସ ପର୍ସନ୍ ଭାବେ ଉଭିଦର ଔଷଧୀୟ ଗୁଣରେ ଗବେଷଣାଲବ୍ଧ ଜ୍ଞାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଶାର ବୟୋଜ୍ୟେଷ୍ଠ ଉଭିଦବିଜ୍ଞାନୀ ପ୍ରଫେସର ରାମଚନ୍ଦ୍ର ମହାନ୍ତି ତାଙ୍କ ବକ୍ତୃତାରେ ଉଭିଦ ବିଜ୍ଞାନର ଅଗ୍ରଗତି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅବଦାନକୁ ସ୍ବୀକୃତ ଦେବା ସଂଗେ ସଂଗେ ଆଗାମୀ ନଭେମ୍ବର ମାସରେ ଓଡ଼ିଶା ବଟାନିକାଲ୍ ସୋସାଇଟିର ବାର୍ଷିକ ଅଧିବେଶନ ଢେଙ୍କାନାଳରେ କରିବା ପାଇଁ ଘୋଷଣା କରିଥିଲେ। ସଭା ଆରମ୍ଭରେ ବିଭାଗୀୟ ମୁଖ୍ୟ ଡଃ ଏ.କେ. ଖିଲାର ଅତିଥି ପରିଚୟ ଦେଇଥିବା ବେଳେ ଡଃ ଦେବରାଜ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶ୍ରୀମତୀ ଚିନ୍ମୟୀ ସାହୁ, ଅନିଶା ରଥ, ରାଧିକା ବନାନୀ, ଶିବାନୀ ଶୁଭଙ୍କରୀ, ଉପାସନା ପଣ୍ଡା, ଲିଜାରିନ୍ ସେନାପତି, ସୁଶ୍ରୀ ରାଉତରାୟ, ସଙ୍ଗୀତ ନନ୍ଦ, ମିନାକ୍ଷୀ ଅଗ୍ରୱାଲ ଇତ୍ୟାଦି ସହଯୋଗ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

masiha

ଆଗଲପୁର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ           

masiha

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

Leave a Comment

error: Content is protected !!