ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅନୁରୋଧ କଲେ ସମାଜସେବୀ

ବାଲେଶ୍ଵର,୧୮/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନରେ ୧୨୭ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୮୬ଟି ଉପ୍ରା(ମଇ)ବିଦ୍ୟାଳୟ ଅବସ୍ଥିତ । ସେଥିମଧ୍ୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଳସା ଏବଂ ବ୍ଲକ ଗ୍ରାଣ୍ଟ ଉପ୍ରା(ମଇ) ବିଦ୍ୟାଳୟ ପଳସା ନହଙ୍ଗ କ୍ଲଷ୍ଟର ଅଧିନରେ ଅବସ୍ଥିତ । ଉକ୍ତ ୨ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ରହିଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା ଏବଂ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ବାରିକ ଅଟନ୍ତି । ଏହି ୨ଜଣ ଖୁବ୍ ବିଦ୍ୟାଳୟ ପ୍ରେମୀ ଅଟନ୍ତି । ସଦାସର୍ବଦା ବିଦ୍ୟାଳୟର ଉନ୍ନତି ଚିନ୍ତା କରିଚାଲିଛନ୍ତି । ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ଯଥା ଖେଳପଡିଆ, ବଗିଚା, ସଭାସମିତି, ବାର୍ଷିକ ଉତ୍ସବ ଉପଲକ୍ଷେ ପେଣ୍ଡଲର ବ୍ଯବସ୍ଥା ,ନାଚ, ଗୀତ ଓ ଖେଳକୁଦ, ପାଣି ଟାଙ୍କି ଓ ମଟର ବସାଇ ସ୍କୁଲ ପରିସରର ବିଭିନ୍ନ ସ୍ଥାନକୁ ପାଇପ୍ ସାହାଯ୍ୟରେ ଜଳର ବ୍ଯବସ୍ଥା କରିବାରେ ସଫଳ ହୋଇଛନ୍ତି । ପିଲାମାନଙ୍କର ପାଠପଢା ସହିତ ଓ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମଧ୍ୟ ଘରର ବ୍ଯବସ୍ଥା କରିଛିନ୍ତି । ଯାହା ସବୁ ଅନ୍ୟ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ପ୍ରାୟ ମିଳିନାହିଁ । ଯାହାଫଳରେ ଖଇରା ବ୍ଲକ ଅଧିନରେ ୧୨୭ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୮୬ ଗୋଟି ଉପ୍ରା(ମଇ) ବିଦ୍ୟାଳୟ ମଧ୍ୟରୁ ଏହି ୨ ଗୋଟି ବିଦ୍ୟାଳୟ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିବା ସଫଳ ହୋଇଛି । ଏସବୁ କ୍ଷେତ୍ରରେ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଥିବା କଥା ଘୋଷଣା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲୋକ ବିହାରୀ ପାଢୀଙ୍କୁ ଇସି ସଭ୍ୟ ତଥା ସମାଜସେବୀ ଅସିତ୍ କୁମାର ଜେନା ଅନୁରୋଧ କରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି ।। ପ୍ରକାଶ ଥାଉକି- ବୃତ୍ତି ପରୀକ୍ଷାରେ ୫ମ ଶ୍ରେଣୀ ଛାତ୍ର ଅନୁପ ଚୌଧୁରୀ ଓ ଛାତ୍ରୀ ପ୍ରଜ୍ଞା ପରମିତା ମହାପାତ୍ର କୃତିତ୍ବ ଅର୍ଜନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

ବ୍ରଜଘାତ ରେ ଯୁବକ ମୃତ 

Leave a Comment

error: Content is protected !!