ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଥୁଆମୂଳ ରାମପୁର ବ୍ଳକ ବିଜେପିର ୧ ନମ୍ବର ଜୋନର କାର୍ଯ୍ଯ କାରିଣୀ ବୈଠକ

ଥୁଆମୂଳ ରାମପୁର: ୧୮/୦୧- (ମ.ନି.ସ): ଥୁଆମୂଳ ରାମପୁର ବ୍ଲକ ବିଜେପି ଡୁମେରପଦର ମଣ୍ଡଳ ୧- ନମ୍ବର ଜୋନର ମଣ୍ଡଳ ସ୍ତରୀୟ କାର୍ଯ୍ଯକାରିଣୀ ବୈଠକ ଗୋପୀନାଥପୁର ରକ୍ତ ମାଉଳୀ ମନ୍ଦିର ପ୍ରାଙ୍ଗରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ପୂର୍ବତନ ବିଧାୟକ ମାନ୍ୟବର ଶ୍ରୀ ହିମାଂଶୁ ଶେଖର ମେହେର। ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ତଥା କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯୁବ ନେତା ଶ୍ରୀ ବିଷ୍ଣୁ ନାଏକ, ଥୁଆମୂଳ ରାମପୁର ବ୍ଳକ ବିଜେପି ପାର୍ଟିର ଦୁଇଗୋଟି ଯଥା ୧ ନମ୍ବର ମଣ୍ଡଳ ସଭାପତି ଶ୍ରୀ ଧନୁର୍ଯ୍ଯୟ ନାଏକ, ଓ ୨ ନମ୍ବର ମଣ୍ତଳର ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକ, ସାଧାରଣ ସମ୍ପାଦକ ଶ୍ରୀ ହରେ କୃଷ୍ଣ ନାଏକ, ଯୁବ ସଭାପତି ଶ୍ରୀ ଆଲୋକ କୁମାର ନାଏକ, ଅଡ୍ରି ଗ୍ରାମପଞ୍ଚାୟତ ବିଜେପି ସଭାପତି ଶ୍ରୀ ଯୋଗେଶ୍ୱର ନାଏକ. ବରିଷ୍ଠ ନେତା ଶ୍ରୀ ବିପିନ ନାଏକ. ଶ୍ରୀ ବାମନୁ ନାଏକ ଶ୍ରୀ ଦୁର୍ଯ୍ୟୋଧନ ନାଏକ, ଶ୍ରୀ ପିଣ୍ଟୁ ନାଏକ ଏବଂ ସ୍ଥାନୀୟ ମଣ୍ଡଳର ୧୨ ଗୋଟି ଶକ୍ତି କେନ୍ଦ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବୁଥ୍ ସଭାପତିଙ୍କ ସହିତ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଆଗାମୀ .୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଥୁଆମୂଳ ରାମପୁର ବ୍ଳକ ବିଜେପି ପାର୍ଟି ମଣ୍ଡଳର ସମସ୍ତ ବୁଥ୍ କୁ ମଜଭୁତ କରିବା ପାଇଁ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନକୁ ଆହୁରି ମଜଭୁତ କରି ଗଢି ତୋଳିବା ପାଇଁ ସେ ପୁଙ୍ଖାନୁପଙ୍ଖ ଭାବରେ ଅବଗତ କରିବା ସହିତ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାରର ଲୋକାଭିମୁଖୀ ଯୋଜନା ଗୁଡିକରେ ଲୋକେ ଉପକୃତ ହେଉଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଶ୍ରୀ ହରେକୃଷ୍ଣ ନାଏକ ମଞ୍ଚ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ

Sunil Chandra Nayak

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଓ ସଦସ୍ଯତା କର୍ମଶାଳା 

masiha

Leave a Comment

error: Content is protected !!