ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ଜଳେଶ୍ବର ନଗର ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ଜଳେଶ୍ବର ନଗର ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ଜଳେଶ୍ଵର,୧୭/୫(ମନିସ)-ଉତ୍ତର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି ଜଳେଶ୍ବର ନଗର ମଣ୍ଡଳ ପକ୍ଷରୁ ଆଜି ଅପରାହ୍ନ ୫ ଘଟିକା ସମୟରେ ଜଳେଶ୍ବର ଡାକ ବଙ୍ଗଳା ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଇଣ୍ଡିମେଣ୍ଟରେ କଂଗ୍ରେସ,ବିଜେଡ଼ି ଆଦି ବିଭିନ୍ନ ଦଳର ନୀତିକୁ ସମାଲୋଚନା କରି ବିଜେଡ଼ି କଂଗ୍ରେସ ମାରିଛି ପଛରୁ ଛୁରୀ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଶତାଧିକ ମହିଳା କର୍ମୀ ଏବଂ ସ୍ଥାନୀୟ ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ସାମିଲ ହୋଇ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।ଦେଶର ପ୍ରଗତି ପାଇଁ ମହିଳାମାନଙ୍କର ନାରୀ ଶକ୍ତି ବନ୍ଦନ ବିଲ ଦ୍ବାରା ୩୩ ପ୍ରତିଶତ ନେତୃତ୍ଵ ଦେବା ଅପରିହାର୍ଯ୍ୟ ବୋଲି ବିଜେପି ନେତ୍ରୀମାନେ ମତ ଦେଇଥିଲେ।ପୂର୍ବ ସରକାର ସମୟରେ ମହିଳାମାନଙ୍କ ପ୍ରତି ହୋଇଥିବା ଅବହେଳା ଏବଂ ବିଶ୍ୱାସଘାତକତାକୁ ନେଇ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।ଆଗାମୀ ଦିନରେ ମହିଳାଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୀବ୍ର ବିରୋଧ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଳେଶ୍ଵର ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦିକା ସୁମତି ଦେ,ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଇନ୍ଦୁମତୀ ଗିରୀ, ଜିଲ୍ଳା ସମ୍ପାଦିକା ଦେବଯାନୀ ଅଣ୍ଡିଆ,ନଗର ସଭାପତି ଶିବ ନାରାୟଣ ମହାପାତ୍ର, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଫାଲ୍ଗୁନି ପାଣିଗ୍ରାହୀ,ତପନ ବିଶ୍ୱାଳ,ପୂର୍ବତନ କାଉନସିଲର ଅନନ୍ତ ଦାସ,ସୁମତି ରଣା,ନମିତା ଦାସ, ସୁଭଦ୍ରା ବେହେରା, ଗୀତାଞ୍ଜଳି ବେହେରା, ସୁବାସିନୀ ଜେନା, ଶାନ୍ତିଲତାଦତ୍ତ, ରୁବି ସେନ, ସୁମିତା ବେହେରା,ସତ୍ୟ ନାରାୟଣ କର, ଏକା ଦୁସିପାଳ ପ୍ରମୁଖ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିଲେ। ପଦଯାତ୍ରା ଶେଷରେ ବସଷ୍ଟାଣ୍ଡରେ ଏକ ପଥପ୍ରାନ୍ତ ସଭା ସେବା ଶହ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୂତଳିକା ଦାହ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

masiha

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

Leave a Comment

error: Content is protected !!