ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମାଆ ଙ୍କ ଆଶିଷ ଭିକ୍ଷା କଲେ ଭକ୍ତ ନର୍ଲା ବିଧାନସଭା ପାଇଁ ଲଢ଼ିବି:- ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ

ମାଆ ଙ୍କ ଆଶିଷ ଭିକ୍ଷା କଲେ ଭକ୍ତ

ନର୍ଲା ବିଧାନସଭା ପାଇଁ ଲଢ଼ିବି:- ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ

ମ,ରାମପୁର, ୨୩/୧୦( ମସୀହା):- ଏବେ ମାଆ ଙ୍କ ପୂଜା ରେ ଚଳ ଚଞ୍ଚଳ ଗାଆଁ ରୁ ସହର । ପୂଜା ପୀଠ ଗୁଡ଼ିକ ରେ ଶ୍ରଦ୍ଧାଳୁ ଙ୍କ ଭିଡ । ଏହି ମୌକା ରେ ନେତା ମାନେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ରେ ଯାଇ ମାଆ ଙ୍କ ଆଶିଷ ଭିକ୍ଷା କରୁଛନ୍ତି। କଂଗ୍ରେସ୍ ର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ଆଜି ନର୍ଲା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପୂଜା ମଣ୍ଡପ ଯାଇ ମାଆ ଙ୍କ ଦର୍ଶନ କରିଥିଲେ। ଦର୍ଶନ ପୂର୍ବ ରୁ ସେ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ରେ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟ ରେ ସେ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଭାବରେ ଲଢ଼ିବେ ବୋଲି ସ୍ପଷ୍ଟ କରିଥିଲେ । କଥା ପ୍ରସଙ୍ଗ ରେ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବା କଥା ସମ୍ପର୍କ ରେ ଶ୍ରୀଯୁକ୍ତ ଦାସ ମୁଖ୍ୟ ମନ୍ତ୍ରୀ ଯଦି ଏଇ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କୁ ସ୍ବାଗତ କରାଯିବ ବୋଲି ମତ ଦେଇଥିଲେ । ଏହି ଆଲୋଚନା ସମୟ ରେ ମ,ରାମପୁର ବ୍ଲକ୍ କଂଗ୍ରେସ୍ କମିଟି ସଭାପତି ରୁଦ୍ର ପ୍ରତାପ ସିଂହ, ପି ସି ସି ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ଼, ଚମରା ବଗର୍ତ୍ତି, ପ୍ରକାଶ ଚନ୍ଦ୍ର ମାଝୀ, ପ୍ରଶାନ୍ତ ସାମନ୍ତରା, ଦୁଷ୍ମନ୍ତ ରଣା,ଯଶୋଦା ନାଗ, ଙ୍କ ସମେତ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଏକାତ୍ମ ମାନବବାଦର ପୁରୋଧା ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

masiha

Leave a Comment

error: Content is protected !!