ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ର ରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ଆହ୍ବାନ 

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ର ରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ଆହ୍ବାନ 

ରାଉରକେଲା: ରଘୁନାଥପପାଲ୍ଲି ବିଧାନ ସଭା କ୍ଷେତ୍ର ବିଜେପି ପୂର୍ବ ମଣ୍ଡଳର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ମନୋଜ ସେନାପତିଙ୍କ ଅଧ୍ୟକ୍ଷତାରେ ସେକ୍ଟର – ୧, କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା । ଦୀପ ପ୍ରଜ୍ବଳନ କରାଯାଇ ସାମୁହିକ ବନ୍ଦେ ମାତରଂ ଗାନ କରା ଯାଇ ଶୁଭାରମ୍ଭ କରାଯାଇ ଥିଲା । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ଭାଷଣରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଆମେ ସମର୍ପିତ ଭାବେ କାମ କରିବା ସହିତ ପଦ ଯାତ୍ରାକରି ପ୍ରତି ଘରେ ପହଞ୍ଚିବା କୁ ପରାମର୍ଶ ଦେଇଥିଲେ । ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତୀ ତାଙ୍କ ବକ୍ତବ୍ୟରେ ଚଳିତ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ଗଢିବାର ସମୟ ଅପେକ୍ଷାରେ ଜନତା ରହିଛନ୍ତି ବୋଲି ପ୍ରକାଶ କରିଥିଲେ । ଆମ ଜୀବନ ରାଷ୍ଟ୍ରହିତ, ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ର ସମୃଦ୍ଧି ପାଇଁ ସମର୍ପିତ ଏବଂ ବିଜେପି ହେଉଛି ଆମର ଆଧାର ଓ ଜୀବନ । ସମସ୍ତେ ଏକ ସ୍ଵରରେ ଏବଂ ଏକ ମନରେ କର୍ମ କରବା ଓ ବିଜେପିର ଜୟଯାତ୍ରା କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଲୋକ ସଭା କ୍ଷେତ୍ର ବିସ୍ତାରକ ଆଶିଷ ଠାକୁର, ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଧାନ ସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଜେନା, ଲୋକସଭା କ୍ଷେତ୍ର ମିଡିଆ ସଂଯୋଜକ ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ଜିଲ୍ଲା ଉପସଭାପତି ମଳୟ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ , ଜିଲ୍ଲା ବିଧାନସଭା କ୍ଷେତ୍ର ସଂଯୋଜକ ଅଶୋକ ଲେଙ୍କା, ଜିଲ୍ଲା ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ସସ୍ମିତା ପାଢ଼ୀ, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ବିସ୍ତାରକ ଶ୍ୟାମ ନାୟକ ଆଦି ନେତୃବୃନ୍ଦ ପ୍ରଧାନ ମନ୍ତ୍ରୀ ମୋଦିଜୀଙ୍କ ବିବିଧ ଜନ ହିତକାରୀ ଯୋଜନା ଉପରେ ଆଲୋକପାତ କରିବା ସହିତ ସେ ଯାହା ପ୍ରତିଶୃତି ଦେଇଥିଲେ ତାହା କାର୍ଯ୍ୟରେ ପରିଣତି କରିଥିବା ସୂଚାଇ ଥିଲେ । ୩୭୦ ଧାରା ଉଚ୍ଛେଦ , ଶ୍ରୀରାମ ମନ୍ଦିର ନିର୍ମାଣ, ୩ ତଲାକ ଉଚ୍ଛେଦ, ଆଦି କଠିନ କାର୍ଯ୍ୟକୁ ସଫଳ କରି ପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ରାଉରକେଲା ଠାରେ ଦେଇଥିବା ପ୍ରତିଶ୍ରୁତି, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ, ସୁପର ସ୍ପେସିଆଲିଟୀ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କଠିନରୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ନିତାନ୍ତ ଆବଶ୍ୟକ ଓ ଆମେ ବଦ୍ଧପରିକର ବୋଲି ଦୃଢ ସ୍ବରରେ କହିଥିଲେ । ଚଳିତ ସାଧାରଣ ନିର୍ବାଚନରେ ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମଣ୍ଡଳ ସଭାପତି ମନୋଜ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପିର ମିଶ୍ରଣ ପର୍ବ

masiha

ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼ 

masiha

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

masiha

Leave a Comment

error: Content is protected !!