ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ମା ମାଣିକେଶ୍ଵରୀ ପିଠରେ ପୂଜାର୍ଚନା କରି ଜନଜାଗରଣ ଅଭିଯାନର ଆରମ୍ଭ କଲେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ 

ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରିଛି । ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି । 

ସୋମବାର ଠାରୁ ଏହି ଯାତ୍ରା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ ପ୍ରାନ୍ତକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ଏବଂ ସମବେତ ଭାବରେ ତାହାର ପ୍ରତିକାର ନିମନ୍ତେ ସ୍ୱର ଉଠାଇବାକୁ ପ୍ରେରିତ କରିବ । ଏହି ଅଭିଯାନର ମୁଖ୍ୟ ଶ୍ଲୋଗାନ ଭାବେ- 

‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ଗୁଡିକ ନିଆଯାଇଛି । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୨ କିଲୋମିଟର ଯିବ ଏବଂ ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯିବ । ପାଖାପାଖି ୭୦ ଦିନ ଏହି ଯାତ୍ରା ଚାଲିବ ବୋଲି ଡଃ.ମୁଣ୍ଡ୍ ପ୍ରକାଶ କରିବା ସହିତ ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଏହି ଦୁଇ ଜିଲ୍ଲାବାସୀଙ୍କର ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

Sunil Chandra Nayak

Leave a Comment

error: Content is protected !!