ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

ରୁପ୍ରା, ୨୪/୪ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ମହାମହିମ ରାଜ୍ୟପାଳ ଓଡିଶା ଶାସନଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କ ଜରିଆରେ ବଡବାବୁଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନା ମୁତାବକ ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ସମ୍ବଲପୁର ଠାରେ ଗତ ୧୨ ତାରିଖ ଦିନ ହନୁମାନ ଭକ୍ତଗଣଙ୍କ ମୋଟର୍ ସାଇକେଲ ଶୋଭାଯାତ୍ରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକା ପଥର ମାଡ଼କରି ଲହୁ ଲୁହାଣ କରିବା ସାଙ୍ଗକୁ ୧୪ ତାରିଖ ରାତିରେ ସମ୍ବଲପୁର ବନବାସୀ ଯୁବକଙ୍କୁ ଯେଉଁଭଳି ନିର୍ମମ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଗଲା, ଏଣୁ ସେହି ଘଟଣାକୁ ନିନ୍ଦା କରିବା ସହିତ ନର୍ଲା ଶାଖା ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏହା ଏକ ସୁନିୟୋଜିତ ଆକ୍ରମଣ, ପ୍ରଶାସନିକ ଅବହେଳା ତଥା ସୂଚନା ତନ୍ତ୍ରର ଅପାରଗତା ଓ ନିଷ୍ଫଳତାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ବାଇକ୍ ଶୋଭାଯାତ୍ରା ସମୟରେ ଅଳ୍ପ ସଂଖ୍ୟକ ପୁଲିସ୍ କର୍ମଚାରୀ ନିୟୋଜିତ ଥିବାରୁ ଟେକା ପଥର ମାଡର ପ୍ରତିରୋଧ କରିନପାରି ଅନେକ ସଂଖ୍ୟକ ପୁଲିସ୍ କର୍ମଚାରୀ ମଧ୍ୟ ରକ୍ତାକ୍ତ ହୋଇ ବର୍ବର ଆକ୍ରମଣର ଶିକାର ହୋଇଥିବା ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି। ଏଣୁ ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ୱାସ ଓ ଧାର୍ମିକ ସ୍ୱତନ୍ତ୍ରତା ପ୍ରତି କୁଠାରଘାତ ବୋଲି ମତପ୍ରକାଶ କରିବା ସହିତ ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। 

ଏଥିପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଏହି ଘଟଣା ଉପରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୋଷୀ ମାନଙ୍କୁ ଶିଘ୍ର ଗିରଫ୍ କରିବାକୁ ଦାବି କରିଛନ୍ତି। 

ଏହି ଅବସରରେ ଆଜି ନର୍ଲା ବସଷ୍ଟାଣ୍ଡ ଛକରୁ ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦ ନର୍ଲା ସଭାପତି ଗଗନ ବିହାରୀ ସାଙ୍କ ଅଧ୍ୟକ୍ଷତାରେ ଓ ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନଙ୍କ ନେତୃତ୍ୱରେ ପୂର୍ବ ବିଧାୟକ କୁମରମଣି ଶବର, ପର୍ଶୁ ପଣ୍ଡା, ବଦ୍ରୀ ମିଶ୍ର, ସାରଥି ନାଏକ, ଅଜୟ ନାଏକ, ମନ୍ମୟ ଚାନ୍ଦ, ନବୀନ ପଧାନ, ଅଜୟ ନନ୍ଦ, ବିଜେପି ଓବିସି ମୋର୍ଚ୍ଚା ମିଡିଆ ସଂଯୋଜକ ଅଜୟ କୁମାର ସେନାପତି, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍, ବିଷ୍ଣୁ ଚରଣ ବଡପଣ୍ଡା, ଅଜିତ ନାଏକ, ଲକ୍ଷ୍ମଣ ଦୀପ, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ସଂଯୋଜକ ରାଜୀବ ପୋଢ, ମୋତିରଞ୍ଜନ ସାହୁ ଓ ସରୋଜ ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

ବର୍ଷୀୟାନ ସାମ୍ୱାଦିକ ହେମରାଜ ଶର୍ମାଙ୍କ ପରଲୋକ

Sunil Chandra Nayak

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

Leave a Comment

error: Content is protected !!