ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଦାନ କଳା ଅଭିଯାନ ଜରିଆରେ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ଉଫ୍ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ,ବସ୍ତ୍ର ଓ ଫଳଦାନ

ବିଶ୍ଵ ଦାନ କଳା ଅଭିଯାନ ଜରିଆରେ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ଉଫ୍ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ,ବସ୍ତ୍ର ଓ ଫଳଦାନ

ବିଶ୍ଵ ଦାନକଳା ଅଭିଯାନର ପ୍ରଚାର ଓ ପ୍ରସାର ନିମିତ୍ତ ଅଦ୍ୟ ଏପ୍ରିଲ ମାସ ତା୨୮/୦୪/୨୦୨୪ ରିଖ ରବିବାର ଦିନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫରୁ ୟୁନିଭର୍ସାଲ ଫ୍ରେଣ୍ଡ୍ ଫାଉଣ୍ଡେସନ ପରିଚାଳିତ କଟକ ସ୍ଥିତ ଉଫ୍ ସେବାଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କ ସହିତ ଦିନ ତମାମ ଖୁସି ରେ ସମୟ କାଟିବା ଓ ସାମୁହିକ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବା ସହିତ ପୁରୁଷ ଵୟସ୍କ ଅନ୍ତେବାସୀ ମାନଙ୍କ ପାଇଁ ନୂତନ ଧୋତି, ଗାମୁଛା ଓ ମହିଳା ବୟସ୍କା ଅନ୍ତେବାସୀ ମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ଉତ୍ତମ ଶାଢ଼ୀ ଦାନ କରାଯାଇଛି।ତତ୍ ସହିତ କଟା ତରଭୁଜ ବଣ୍ଟନ ପୂର୍ବକ ପ୍ରତିଟି ମୁହଁରେ ହସ ଫୁଟେଇଵାର ପ୍ରୟାସ କରାଯାଇଥିଲା।

       ବିଶ୍ଵ ଦାନକଳା ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଟି ହୃଦୟରେ ଦାନକଳା କୁ ଉଜ୍ଜୀବିତ କରିଵା ସଂଗଠନ ର ଏକ ମାତ୍ର ଲକ୍ଷ୍ୟ l ଏହି ଅଭିଯାନ କିସ୍ ପ୍ରତିଷ୍ଠାତା ପ୍ରୋଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଓ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ମହୋଦୟ ଙ୍କର ଆହ୍ବାନ କ୍ରମେ ଗତ ଏପ୍ରିଲ୍ ମାସ ୧୭ ତାରିଖ ରୂ ଆରମ୍ଭ ହୋଇ ଆସନ୍ତା ମେ ମାସ ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ସହିତ ଏକ ମାସ ମଧ୍ୟରେ ପ୍ରତୈକ ରବିବାର ଦିନ ବ୍ଲକ, ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଅଞ୍ଚଳକୁ ଯାଇ ଅସହାୟ ଅନାଥ ମାନଙ୍କୁ ସଂଗଠନ ର କ୍ଷମତା ଅନୁଯାୟୀ ଦାନ କରାଯିବ। ପ୍ରତ୍ୟେକ ଟି ଅସହାୟ ମୁହଁ ରେ ହସ ଫୁଟାଇବା ର ପ୍ରୟାସ ଜାରି ରହିବ।

     ଉକ୍ତ କାର୍ଯ୍ୟକ୍ରମ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି,ସଭାନେତ୍ରୀ ନିରୁପମା ମିଶ୍ର,ସଂପାଦକ ପ୍ରଦୀପ ନାୟକ, ସଂଯୋଜକ ଭରତ ମହାରଣା, ଆଜୀବନ ସେବିକା ଶୁଭଶ୍ରୀ ସାହୁ,ସେଵିକା ଅପସରୀ ଵେଗମ,ସେବକ ସହଦେବ ନାୟକ ତଥା ଶିଶୁ ସେବକ ସେଵିକା ଆଦିପ୍,ଶ୍ରୀୟା,ଶୁଭ ଆଦି ଉପସ୍ଥିତ ରହି ସହଯୋଗ ପୁର୍ବଜ ସହାୟତା ର ହାତ ଵଢାଇ ପ୍ରତ୍ୟେକ ଟି ଅନ୍ତେବାସୀ ମାନଙ୍କ ମୁହଁ ରେ ହସ ଫୁଟାଇବା ର ସଫଳ ପ୍ରୟାସ କରାଯାଇଥିଲା। ଏତାଦୃଶ କାର୍ଯକ୍ରମ ରେ ୟୁନିଭର୍ସାଲ ଫ୍ରେଣ୍ଡ୍ ଫାଉଣ୍ଡେସନ ତଥା ସେବାଶ୍ରମ ର ପ୍ରତିଷ୍ଠାତା ସଭ୍ୟା ଓ ସାଧାରଣ ସଂପାଦିକା ଶ୍ରୀମତି ଚିନ୍ମୟୀ ମହାପାତ୍ର ଖୁସି ବ୍ୟକ୍ତ କରିବା ସହିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ପ୍ରତିଷ୍ଠାତା ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନ କରି ସଂଗଠନ ର ସମସ୍ତ ସେବକ ସେଵିକା ଭାଇ ଭଉଣୀ ମାନଙ୍କର ଶୁଭ ମନାସି ଥିଲେ।

          ଏହି ଅଭିଯାନ ରେ ସାମିଲ୍ ହେବାକୁ ଚାହୁଁ ଥିଲେ ୯୩୩୭୨୯୧୦୯୫ ନମ୍ବର ରେ ଯୋଗାଯୋଗ କରି ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି l

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

masiha

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳନ

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

Leave a Comment

error: Content is protected !!