ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

 ମୟୂରଭଞ୍ଜ – ,୨୮।୪(ମସିହା)-ଆଜି ରାଇରଙ୍ଗପୁର ସହରର କଚେରୀ ଛକ ଠାରେ ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ,ସେବାସ୍ତମ୍ଭ ଓ ରାଇରଙ୍ଗପୁର ଫ୍ରେସ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସହରର କଚେରୀ ଛକ ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ବାମନଘାଟୀ ସାଂସ୍କୃତିକ ପରିଷଦ,ସମାଜ ପାଠକ ମଞ୍ଚର ଆବାହକ ସୈାରଭ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପାତ୍ର, ଅଧ୍ୟାପକ ତଥା ସେବାସ୍ତମ୍ଭ ସଙ୍ଗଠନର ରାଷ୍ଟ୍ରୀୟ ଉପସଭାପତି ବିଜୟ କୁମାର ରାମ, ସରକାରୀ ଓକିଲ ପିପି ପଙ୍କଜ କୁମାର ଦାସ,ବରିଷ୍ଠ ଆଇନଜୀବୀ ପ୍ରମୋଦ ଗୋପାଲ,ବିଭୁ ଲେଙ୍କା,ଭୋଳାନାଥ ମହାନ୍ତ, ଦୁଷ୍ମନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଏବିଇଓ ହେମ ମାଝି,ତିମିର ପଣ୍ଡା, ଗୋପାଳକୃଷ୍ଣ ମହାନ୍ତି, ରବୀନ୍ଦ୍ର ମୁଖି, ଦୁଷ୍ମନ୍ତ ମୁଖି, ମହମ୍ମଦ ମୋହତ୍ତର ହୁସେନ, ଶ୍ୟାମ ଶଙ୍କର ଆଚାର୍ଯ୍ୟ, ଦୁଲାଲ ମହାନ୍ତ,ଇଶ୍ଵର ବେହେରା, ମନୋଜ ନାଏକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ କୁ ସ୍ମରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ । ପରିଶେଷରେ ଅଧ୍ୟାପକ ବିଜୟ ରାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

ପlଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!