ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

 ନବରଙ୍ଗପୁର:(୧୬.୧୧.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଧ୍ୟାପକ ସୁମିତ ବେହେରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଚଳିତ ବର୍ଷ ର ବିଷୟ”ଗଣ ମାଧ୍ୟମର ପରିବର୍ତ୍ତିତ ସ୍ଵରୂପ” ସମ୍ପର୍କ ରେ ଆଲୋଚନା କରିଥିଲେ। ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ରଜିଉ ଏବଂ ମାଆ ସୁଭଦ୍ରାଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା ପରେ ସଭା ଆରମ୍ଭ ହୋଇଥିଲା।ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ଅତିଥି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ। ସଭା ପ୍ରାରମ୍ଭ ରେ ଜିଳ୍ଲାର ଦିବଂଗତ ସାମ୍ବାଦିକ ମାନଂକ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଭାରେ ଅତିଥବୃନ୍ଦ ନିଜ ବକ୍ତବ୍ୟରେ ଗଣ ମାଧ୍ୟମ ସମାଜ ର ଦର୍ପଣ ହୋଇଥିବା ବେଳେ , ସର୍ବଦା ଦୁର୍ନୀତି, ଅତ୍ୟାଚାର, ଅନ୍ୟାୟ ବିରୋଧରେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ। ସେଭଳି ନିଷ୍ପେସିତ ଅସହାୟ ମାନଂକ ସ୍ବର କୁ ଲୋକଲୋଚନ କୁ ଆଣିବାରେ ସର୍ବଦା ଆଗରେ ଥାନ୍ତି ବୋଲି କହିବା ସହ ପରିବର୍ତ୍ତିତ ସମୟରେ ସାମ୍ବାଦିକତାରେ ବିଭିନ୍ନ ବୈଷୟିକ ଜ୍ଞାନ ବ୍ୟବହାର ଏହି ବୃତ୍ତି କୁ ଆହୁରି ଉନ୍ନତ କରିବ ବୋଲି କହିଥିଲେ। ବିଭିନ୍ନ ସାମ୍ବାଦିକ ସଂଘ ର କର୍ମକର୍ତା ତଥା ସାମ୍ବାଦିକ ସଦାଶିବ ପ୍ରହରାଜ,ବାଙ୍କ ବିହାରୀ ବିଶୋଇ,ପି ପ୍ରକାଶ,ଶିବ ଶଙ୍କର ତ୍ରିପାଠୀ,ଶେଖର ଖୁରା ,ରାମଚନ୍ଦ୍ର ଦଳେଇ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ ମିଶ୍ର ସାମ୍ବାଦିକତା କ୍ଷେତ୍ରରେ ବର୍ତ୍ତମାନ ଅଧିକ ଚାପ, ଜୀବନ ସୁରକ୍ଷା,ଆର୍ଥିକ ସହାୟତା, ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ଦାବୀକୁ ଉପସ୍ଥାପନ କରିଥିଲେ ଓ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଙ୍କୁ ଜଣାଇଥିଲେ।ଏହି ଅବସରରେ ଚଳିତ ପ୍ରେସ ଦିବସ ର ବିଷୟକୁ ନେଇ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଶେଷରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ( ମ ନି ସ ) 

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

Sunil Chandra Nayak

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

masiha

ରାଜ୍ୟ ସ୍ତରରେ ସମ୍ମାନିତ ହେବେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି

Sunil Chandra Nayak

Leave a Comment

error: Content is protected !!