ଶିକ୍ଷକ ବୈକୁଣ୍ଠ ବେମାଲ ଙ୍କୁ OUWJ ଦ୍ଵାରା ଶିକ୍ଷା ସମ୍ମାନ-୨୦୨୪ ରେ ସମ୍ମାନୀତ
ଭବାନୀପାଟଣା ତା.୧୬.୧୧.୨୦୨୪ ରିଖ ସ୍ଥାନୀୟ ଏସ.ଏନ.କନଫରେନ୍ସ ହଲ ଠାରେ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ Organization Of United Working Journalists (OUWJ) କଳାହାଣ୍ଡି ଶାଖା ତରଫରୁ ଆୟୋଜିତ “ଜାତୀୟ ପ୍ରେସ ଦିବସ” ଅବସରରେ “Truth & Democracy” ଉପରେ ହୋଇଥିବା ସେମିନାର ର ଭବ୍ୟ ସମାରୋହରେ ଭବାନୀପାଟଣା ବ୍ଲକ ରେ କାର୍ଯ୍ୟରତ ସି.ଆର.ସି.ସି.ତଥା ଶିକ୍ଷକ ବୈକୁଣ୍ଠ ବେମାଲଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଅସାଧାରଣ କୃତିତ୍ୱ ଓ କାର୍ଯ୍ୟ ଦକ୍ଷତା ନିମନ୍ତେ “ଶିକ୍ଷାବିତ୍ ସମ୍ମାନ ୨୦୨୪”(OUWJ & IMC) ରେ ସଂମ୍ମାନୀତ କରାଯାଇଛି। ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟବକ୍ତା ଭାବରେ ରାଜ୍ୟ ସଭାପତି (Organisation of United Working Journalists (OUWJ &IMC ) ସଞ୍ଜୟ ଦାସ ,ସଂମ୍ମାନୀତ ଅତିଥି ଭାବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ଉପ ସଭାପତି ରଜନୀ କାନ୍ତ ସାମନ୍ତରାୟ,, ଜିଲ୍ଲା ସଭାପତି ଦୀପକ କୁମାର ସାହୁ,ପ୍ରମୁଖ ମଞ୍ଚାସୀନ ହୋଇ ବିଶିଷ୍ଟ ସମାଜସେବୀ ବାବୁଲି ମଣ୍ଡଳ, ଦୀପକ ସହୁ ,କୂଳଦୀପ ମୁଣ୍ଡା ଏବଂ ଶ୍ରେଷ୍ଠ ସାମ୍ବାଦିକ ଭାବରେ OTV.ଜିଲ୍ଲା ପ୍ରତିନିଧି ରାଜକୁମାର ସିଂ ଦେଓ ଙ୍କୁ ସମ୍ମାନିତ କରି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରିବାସହ ନୂତନ ସାମ୍ବାଦିକ ମାନଙ୍କୁ ସଦସ୍ୟତା ପ୍ରଦାନ କରିବା ସହ ନିଜନିଜ ବକ୍ତବ୍ୟରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକଙ୍କ ଭୂମିକା ଓ ସତ୍ୟ ର ଅନୁସନ୍ଧାନ ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ସଂଘର ସମ୍ପାଦକ ମନୋଜ କୁମାର ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସାମ୍ବାଦିକ କୁଞ୍ଜ ବିହାରି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ସଂଘର ଏଭଳି ପ୍ରତିଭା ଅନ୍ଵେଷଣର ଅଭିନବ ପ୍ରୟାସ ସର୍ବସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରିଛନ୍ତି।
ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ମସୀହା ନ୍ୟୂଜ୍

