ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

 ରାଇରଙ୍ଗପୁର – ୧୬/୧୧ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଵଡାଳିମା ପଞ୍ଚାୟତ ର ଜଙ୍ଗଲିଆ ଗ୍ରାମର ବିଲରୁ ଏକ ବୃଦ୍ଧ ଚାଷୀର ମୃତଦେହ ଉଦ୍ଧାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଜଙ୍ଘିଆ ଗ୍ରାମର‌ ଚାଷୀ କେଦାର ଗଡସରା ନିଜର ଗୋରୁ ଗାଈକୁ ଚଳାଇବା ଏବଂ ବିଲରେ ଧାନ କାଟିବାକୁ ଯାଇଥିଲେ ।ଅପରାହ୍ନରେ‌ କେଦାର ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ଓ ପରିବାର ଲୋକେ ବିଲକୁ ଯାଇଥିଲେ ।ଶୀତ ଦିନ ଦିନ ଛୋଟ ଶିଘ୍ର ସଂଞ୍ଜ ହୋଇ‌ଯିବାରୁ କେଦାରକୁ ନ ପାଇ ବିଲରେ ଥିବା ନିଜ ଗୋରୁଗାଈ କୁ ଧରି ଘରକୁ ଫେରି ଆସିଥିଲେ । ରାତିରେ ମଧ୍ୟ କେଦାର ଘରକୁ ଫେରି ନ ଥିଲା । ଶୁକ୍ରବାର ଦିନ ସକାଳେ ସୁଦୁରା ସ୍ବାମୀଙ୍କୁ ଖୋଜିବାକୁ ଯାଇ ବିଲ ମଧ୍ୟରେ ସ୍ୱାମୀର ରକ୍ତ ଜୁଡୁବୁଡୁ ମୃତଦେହ କୁ ଦେଖି ପରିବାର ଲୋକ, ଗ୍ରାମବାସୀ ଏବଂ ତିରିଂ ଥାନାକୁ ଜଣାଇଥିଲେ । ତିରିଂଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରେ ମୃତଦେହ ଜବତ କରି ଏକ କେଶ ମାମଲା ୧୫୯/୨୪ ରୁଜ୍ଜୁ କରି ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ତେବେ ପତ୍ନୀଙ୍କ କହିବା ଅନୁସାରେ ଗତବର୍ଷ ପଡ଼ୋଶୀ କାରଣରୁ ବିବାଦ ହୋଇଥିଲା ତେଣୁ ଏହି ଘଟଣାରେ ତା’ର ର ସମ୍ପର୍କ ରହି ଥାଇପାରେ । ଶନିବାର ଦିନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ଛାନଭିନ କରୁଛି 

ରାଇରଙ୍ଗପୁର ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଚୋରି ଘଟଣା କୁ ନେଇ ପ୍ରେସ ମିଟ୍ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Leave a Comment

error: Content is protected !!