ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

ନବରଙ୍ଗପୁର :(ତା ୨୮/୧୧)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଣୁଆଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଆଇସିଆରଆଇଏସଏଟି (ଇକ୍ରିସେଟ )ଏନଜିଓ ପକ୍ଷରୁ ଚାଷୀମାନଙ୍କୁ ନାକଚଣା ବଣ୍ଟନ କରାଯାଇଛି |ଏହି ଚଣାବଣ୍ଟନ କାର୍ଯ୍ୟକ୍ରମରେ ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ, ସମାଜସେବୀ ପ୍ରଫୁଲ୍ଲ ପ୍ରଧାନ ଗଣପତି ସାହୁ,୧ନଂ ଜୋନ ଜିଲ୍ଲା ପରିଷଦ ଯମୁନା ଗଣ୍ଡ, ବଣୁଆଗୁଡା ସରପଞ୍ଚ ଲକ୍ଷ୍ମୀ ପୂଜାରୀ ଏକ୍ରିକେଟ ସଂସ୍ଥାର ବ୍ଲକ କୋଅଡିନେଟର ଶମ୍ବୁ ହରିଜନ, ଏଓ ସଂଗୀତା ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ |ଏନଜିଓ ପକ୍ଷରୁ ବ୍ଲକରେ ୨୫୦୦ ହେକ୍ଟର ଜମି ପାଇଁ ନାକଚଣା ଓ ୨୦୦ ହେକ୍ଟର ଜମି ପାଇଁ ମୁଗ ବାଣ୍ଟିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ବଣୁଆଗୁଡା ପଞ୍ଚାୟତର ଚାଷୀଙ୍କୁ ୧୨୦ହେକ୍ଟର ଜମି ପାଇଁ ୭୨କ୍ୱିଣ୍ଟାଲ ନାକଚଣା ବଣ୍ଟନ କରାଯାଇଥିଲା ସୂଚନା ମିଳିଛି |( ମ ନି ସ )

Related posts

ଗଁଦିଆ ବ୍ଲକ ଉଦ୍ୟାନ କୃଷି କର୍ମ ଶାଳା

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

Sunil Chandra Nayak

Leave a Comment

error: Content is protected !!