ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵତନ୍ତ୍ର ସକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ ର ସମୀକ୍ଷା ବୈଠକ

ସ୍ଵତନ୍ତ୍ର ସକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ ର ସମୀକ୍ଷା ବୈଠକ

ଭବାନୀପାଟଣା:ତା 26/11 ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କମିଶନର ତଥା ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଇଲେକ୍ଟୋରାଲ ରୋଲ ଅବଜରଭର କଳାହାଣ୍ଡି ଜିଲ୍ଲା,ଶ୍ରୀ ଅରବିନ୍ଦ ଅଗ୍ରୱାଲ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନର ଅଗ୍ରଗତି ସମ୍ପର୍କରେ ଅବଜରଭର ଶ୍ରୀ ଅଗ୍ରୱାଲ ଙ୍କୁ ଅବଗତ କରାଇଥିଲେ। ମୃତ ବ୍ଯକ୍ତିଙ୍କ ର ଭୋଟର ତାଲିକା ରୁ ବାଦ ଦେବା ସହିତ 18 ବର୍ଷ ରୁ ଉର୍ଦ୍ଧ ଯୁବକ ଯୁବତୀ କିପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭୋଟର ତାଲିକା ରେ ନିଜର ନାମ ପଞ୍ଜୀକରଣ,ଆବଶ୍ୟକ ସ୍ଥଳେ ସଂଶୋଧନ କରିପାରିବେ ତା ଉପରେ ଅବଜରଭର ଶ୍ରୀ ଅଗ୍ରୱାଲ ଗୁରୁତ୍ୟ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବଇତୁରା ଦୀପ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚାକମା,ଉପ ଜିଲ୍ଲାପାଳ ଭବାନୀପାଟଣା,ପ୍ରଭାତ କୁମାର ପରିଡ଼ା, ଡେପୁଟି କଲେକ୍ଟର ନିର୍ବାଚନ ଶାଖା, ଚନ୍ଦ୍ରଦାସ ମହାନଦୀଆ,ସହ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଓ ସଂସ୍କୃତି ଅଧିକାରୀ,ବିବେକାନନ୍ଦ ମହାନନ୍ଦ, ତହସିଲଦାର ଭବାନୀପାଟଣା,ସୁଭ ସ୍ମିତା ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟନା ସତ୍ୟ ସମ୍ପର୍ଣ୍ଣl ରାଉତ, ରାଜନୈତିକ ଦଳ ଜାତୀୟ କଂଗ୍ରେସ ର ଜିଲ୍ଲା ଉପ ସଭାପତି, ଉଚ୍ଚବ ସାହୁ, ବି ଜେ ପି ର ସାଧାରଣ ସମ୍ପାଦକ ଜୟଶଙ୍କର ନାୟକ,ଆପ ଦଳର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। ( ମ ନି ସ ) 

Related posts

ରାଜ୍ୟ କଳାକାର ସଙ୍ଘ ସଭାପତି ଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ

masiha

Leave a Comment

error: Content is protected !!