ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ରର ପୁନଃ ପ୍ରାରମ୍ଭ ସମାରୋହ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ରର ପୁନଃ ପ୍ରାରମ୍ଭ ସମାରୋହ

ଥେରୁବାଲି-୨୯/୨୧/2024 // ଇମ୍ଫା ପାରିପାର୍ଶ୍ଵକ ଅଂଚଳର ୨୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରାଇବା ର ଲକ୍ଷ ନେଇ ଇମ୍ଫା ର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ପରିଚାଳିତ ସିଲେଇ ତାଲିମ କେନ୍ଦ୍ରରେ ସିଲେଇ ତାଲିମର ପୁନଃ ପ୍ରଶିକ୍ଷଣ ଶୁଭାରମ୍ଭ ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୟୀଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।

 ଏହି ଅବସରରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ଉପ-ସଭାପତି ଶ୍ରୀମାନ ଧର୍ମେଶ ଗୋଏଲ ,ଇମ୍ଫା ର ଯାନ୍ତ୍ରିକ ବିଭାଗର ମୁଖ୍ୟ ପରିଚାଳକ ଶ୍ରୀମାନ ଏମ.ଶ୍ରୀନିଭାସ , ଇମ୍ଫା ମାନବ ସମ୍ବଳ ଓ ପ୍ରଶାସନିକ ବିଭାଗର ଉପ-ମୁଖ୍ୟ ପରିଚାଳକ ବଂଶୀଧର ଓଶ୍ରୀମାନ ସମୀର କୁମାର ରାଉତ ,ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା , ସୁଶ୍ରୀ ସ୍ୱାତୀ ମହାପାତ୍ର , ପରିଚାଳିକା(ମାନବ ସମ୍ବଳ) ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ରେ ଅନେକ ବର୍ଷଧରି  ମହିଳା ଓ କିଶୋରୀ ବାଳିକା ମାନଙ୍କ ପାଇଁ ସିଲେଇ ତାଲିମ କେନ୍ଦ୍ର ପରିଚାଳିତ ହେଇଆସୁଛି ଏବଂ ଦଳ ଦଳ କରି ତାଲିମ ଦିଆ ଯାଉଛି। ସ୍ଥାନୀୟ ଅଞ୍ଚଳର ଔଦଗିକ ୨୫ ଜଣ ମହିଳାଙ୍କୁ ନେଇ ସିଲେଇ ତାଲିମ ପ୍ରଶିକ୍ଷଣ ର ପୁନଃ ପ୍ରାରମ୍ଭ କରାଯାଇଛି ଯାହାକି ଆସନ୍ତା ଡିସେମ୍ବର ମାସ ୨ ତାରିଖରୁ ଆରମ୍ଭ ହୋଇ ଜୁନ ମାସ ୧ ତାରିଖ ଯାଏ ଚାଲିବ ଓ ଏଥିରେ ଉଭୟ ମହିଳା ଓ ପୁରୁଷ ମାନଙ୍କ ପୋଷାକ ସିଲେଇ ତାଲିମ ପ୍ରଶିକ୍ଷକ ଶ୍ରୀମାନ କଣ୍ଡୁରି ଅପନା ଙ୍କ ଦ୍ଵାରା ପ୍ରଦାନ କରାଯିବ।

 ପ୍ରତ୍ୟେକ ଦିନ ଏହ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅପରାହ୍ନ ୨ ଟା ରୁ ୪ ଟା ଯାଏ ଚାଲୁ ରହିବ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା। ଏହି କାର୍ଯ୍ୟକ୍ରମରେ ବଂଶୀଧର ଓ ଇଲାପଣ୍ଡା କାମ କରୁଥିବା ସ୍ଥାନୀୟ ପଂଚାୟତ ର ବିଭିର୍ଣ୍ଣ ଗ୍ରାମରୁ ୨୫ ଜଣ ମହିଳା ତାଲିମ ରେ ଅଂଶ ଗ୍ରହଣ କରିଛନ୍ତି। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଯେଉଁ ଲକ୍ଷ୍ୟ ନେଇ ଏହି ତାଲିମ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଛନ୍ତି ତାହାର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଜିର କାର୍ଯ୍ୟକ୍ରମ ସହାୟକ ହେବ। ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫୋଉଣ୍ଡେସନ ର ପ୍ରକଳ୍ପ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ପରିଚାଳନା କରିଥିଲା ବେଳେ ଏହାର କର୍ମକର୍ତ୍ତା ମାନସୀ, ଗୋଲବଦନ, ଚମ୍ପା, ଲିପ୍ସା , ସୁଶାନ୍ତି ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଭଳି ଏକ ଅବସର ଓ ସୁଯୋଗ ପ୍ରଦାନ କରିଥିବାରୁ ତାଲିମ ପ୍ରାର୍ଥୀନୀ ମହିଳାମାନେ ଇମ୍ଫା ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

masiha

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

Sunil Chandra Nayak

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

Leave a Comment

error: Content is protected !!