ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

 ମୟୂରଭଞ୍ଜ: ୨୯.୧୧. ( ମସିହା)ଆସନ୍ତା ଡିସେମ୍ବର ୬ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ଜିଲ୍ଲାରେ ତିନୋଟି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମହାମହିମଙ୍କ ଆସିବା ଏବଂ ତତ-ସଂଲଗ୍ନ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା ଏବଂ ସଂଚାଳନ ପାଇଁ ଜିଲ୍ଲା ପ୍ରଶାସନ ଖୁବ ତତ୍ପରତା ସହିତ କାର୍ଯ୍ୟକରିବା ଆରମ୍ଭ କରିଛି। ଗତ ସପ୍ତାହରେ ମୁଖ୍ୟ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲିଙ୍କ ତତ୍ୱାବଧାନରେ ସମସ୍ତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଏଥିନିମନ୍ତେ ଏକ କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ୨ ଦିନିଆ ଗସ୍ତ ଥିବା ବେଳେ ୬ ତାରିଖରେ ସେ ରାଇରଙ୍ଗପୁର ଏବଂ ୭ ତାରିଖରେ ବାଙ୍ଗିରିପୋଷି ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି, ରାଷ୍ଟ୍ରପତି ଭବନରୁ ନିର୍ଦ୍ଧରିତ ହୋଇଛି। ମହାମହୀମଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ମହାମାନ୍ୟ ରାଜ୍ୟପାଳ, ଓଡିଶା ଶ୍ରୀ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଗଣ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀଗଣ, ମାନ୍ୟବର ବିଧାୟକ ଓ ସମ୍ମାନନୀୟ ଅତିଥି ବୃନ୍ଦ ମଧ୍ୟ ଯୋଗ ଦେବାର ସୂଚନା ପ୍ରାପ୍ତ ହୋଇଛି ।

ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଥମ ନାଗରିକ ମହାମହୀମଙ୍କ ପାଇଁ ସୁରକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳଯୋଗାଣ, ବିଦ୍ୟୁତ ସପ୍ଲାଇ, ଜରୁରୀକାଳୀନ ଅଗ୍ନିଶମ ଦାୟିତ୍ୱ, ଅସ୍ଥ୍ୟାୟୀ ହେଲିପ୍ୟାଡ଼ ନିର୍ମାଣ, ସଭାକାର୍ଯ୍ୟ ପାଇଁ ମଂଚ ପରିଚାଳନା, କାର୍ଯ୍ୟକ୍ରମ ପ୍ରସାରଣ ଓ ଲୋକସମ୍ପର୍କ ଇତ୍ୟାଦି ବ୍ୟବସ୍ଥାକୁ ସୁରୁଖୁରୁରେ ସମ୍ପାଦନା ପାଇଁ ଜିଲ୍ଲାପାଳ ଶ୍ରୀ ସୟ ସମସ୍ତ ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି।

ସୂଚନାନୁସାରେ, ୬ ତାରିଖ ଦିନ ମହାମହିମ ଜନ୍ମମାଟି ଉପରବେଡା ଗ୍ରାମକୁ ଗସ୍ତ କରି ସେଠାରେ ରାଷ୍ଟ୍ରପତି ପାଠ ପଢୁଥିବା ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିବେ । ପରେ ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚିବେ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକାର୍ପଣ କରିବେ । ଏଥିସହିତ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ । ପରେ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦେବ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଶ୍ରୀ ଗଣେଶ ପ୍ରତିମୂର୍ତ୍ତିଙ୍କୁ ଆରତୀ କରିବା ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରିଯାପନ କରିବେ ।

ଏହାପରେ ରାଷ୍ଟ୍ରପତି ୭ ତାରିଖ ଦିନ ବାଙ୍ଗରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୦ଟା ରେ ପହଞ୍ଚି ତିନୋଟି ନୂତନ ରେଳପଥ ବାଙ୍ଗରିପୋଷି-ଗୋରୁମହିଷାଣୀ, ବୁଢାମରା-ଚକୁଳିଆ ଓ ବାଦାମ ପାହାଡ-କେନ୍ଦୁଝରଗଡ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟ୍ରାଇବାଲ ରିସୋର୍ସ ସେଣ୍ଟର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ପୋଲିସ ଅଧିକାରୀ ମାନେ ଆସି ଘଟଣାସ୍ଥଳ ବୁଲି ସ୍ଥିତିର ତର୍ଜମା କରିବା ସହିତ ସମସ୍ତ ସୁରକ୍ଷା ଵ୍ୟଵସ୍ଥାକୁ କଡାକଡି କରିବା ପାଇଁ ଦାୟିତ୍ୱ ନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେହିଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସୂଚନା ରହିଛି ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ, ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଏବଂ ବାମନଘାଟି ଓ ବାରିପଦା ଉପଖଣ୍ଡର ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ଓ ମହାମହୀମଙ୍କ ଗସ୍ତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ନିଜ ମତ ପୋଷଣ କରିଥିଲେ।

 ମୟୂରଭଞ୍ଜ ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

masiha

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

*Rayagada Launches Awareness Campaign on Lightning and Thunderstorm Safety*

masiha

Leave a Comment

error: Content is protected !!