ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

କଳାହାଣ୍ଡି : ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ମରିବାର ବି ଅଛି’ କୁ ଇଟାଲିୟ କବି ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ପୁଣିଥରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ବଙ୍କିମ ମୁଣ୍ଡ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ପୂର୍ବରୁ ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷା ଗୁଡିକରେ ଅନୁବାଦିତ ହୋଇ ସାରିଥିବାବେଳେ ଓଡ଼ିଆରେ ୩ଟି ଓ ଇଂରାଜୀରେ ୨ଟି କବିତା ସଂକଳନ ରହିଛି ଏବଂ ବର୍ତ୍ତମାନ ଡ଼. ନିଆଲ ଇଂଟୁ ଫ୍ୟୁଚର ମିଡିଆ ପ୍ରାୟୋଜିତ ଉଇନିଂ ମୁଭ ମୁଭ ଇନ୍ଫୋଟେକ ସଂସ୍ଥା ଦ୍ୱାରା ଅନ୍ତର୍ଜାତୀୟ ନେତୃତ୍ୱ ସମ୍ମାନ ପାଇଁ ୫୫ଦେଶର ୧୦୦୦୦ ଲେଖକଙ୍କ ଭିତରେ ସେ ସମ୍ବର୍ଦ୍ଧିତ ୨୦୦ ଜଣିଆ ତାଲିକାରେ ମନୋନୀତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ତାଙ୍କର ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ଲକଡାଉନ୍ ପୁସ୍ତକ ସ୍ପେନିଶ, ଫ୍ରାନ୍ସ ଏବଂ ଇଟାଲୀ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହେବାକୁ ଯାଉଛି ।ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

Sunil Chandra Nayak

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

masiha

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

Sunil Chandra Nayak

Leave a Comment

error: Content is protected !!