ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

କଳାହାଣ୍ଡି : ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ମରିବାର ବି ଅଛି’ କୁ ଇଟାଲିୟ କବି ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ପୁଣିଥରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ବଙ୍କିମ ମୁଣ୍ଡ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ପୂର୍ବରୁ ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷା ଗୁଡିକରେ ଅନୁବାଦିତ ହୋଇ ସାରିଥିବାବେଳେ ଓଡ଼ିଆରେ ୩ଟି ଓ ଇଂରାଜୀରେ ୨ଟି କବିତା ସଂକଳନ ରହିଛି ଏବଂ ବର୍ତ୍ତମାନ ଡ଼. ନିଆଲ ଇଂଟୁ ଫ୍ୟୁଚର ମିଡିଆ ପ୍ରାୟୋଜିତ ଉଇନିଂ ମୁଭ ମୁଭ ଇନ୍ଫୋଟେକ ସଂସ୍ଥା ଦ୍ୱାରା ଅନ୍ତର୍ଜାତୀୟ ନେତୃତ୍ୱ ସମ୍ମାନ ପାଇଁ ୫୫ଦେଶର ୧୦୦୦୦ ଲେଖକଙ୍କ ଭିତରେ ସେ ସମ୍ବର୍ଦ୍ଧିତ ୨୦୦ ଜଣିଆ ତାଲିକାରେ ମନୋନୀତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ତାଙ୍କର ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ଲକଡାଉନ୍ ପୁସ୍ତକ ସ୍ପେନିଶ, ଫ୍ରାନ୍ସ ଏବଂ ଇଟାଲୀ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହେବାକୁ ଯାଉଛି ।ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶେଷରେ ହାର ମାନିଲେ ନେତା ଓ ପ୍ରଶାସନ ୧୦ ଦିନ ପରେ ଆଶା ମାନଙ୍କ ଧାରଣା ସ୍ଥଗିତ 

Sunil Chandra Nayak

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

Sunil Chandra Nayak

କୁରୁଣ୍ଟି ପରେ କୃଷ୍ଣନଗର ଡାକଘରେ ଘୋଟାଲା,ଚମ୍ପଟ ମାରିଛନ୍ତି ପୋଷ୍ଟ ମାଷ୍ଟର

masiha

Leave a Comment

error: Content is protected !!