ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସଂଘର୍ଷରେ ଗଜରାଜର ମୃତ୍ୟୁ

ଜୀବନ ସଂଘର୍ଷରେ ଗଜରାଜର ମୃତ୍ୟୁ

ନର୍ଲା (ମନିସ) ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସସନ ଗନ୍ଧରବାରୁ ବିଜରେନ ଖୋଲା ଠାରେ ଗଜରାଜ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୂଚନା ଗୁରୁବାର ରାତି ଗନ୍ଧବାରୁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ କମର୍ଦ୍ଧା ବନପାଳ ରମେଶ ଚନ୍ଦ୍ର ବାଗ ନିଜ ଟିମ ସହିତ ଘଟଣା ସ୍ଥଳରେ ପହଂଚି ଥିଲେ। ଲୋକଙ୍କ କହିବା ଅନୁଯାଇ ଦୁଇ ଦିନ ପୂର୍ବେ ନର୍ଲା ବ୍ଲକ ସମରକଟା ଗାଁର ସୀତାରାମ ମାଝୀକୁ ବୁଧବାର ଦିନ ସନ୍ଧ୍ୟା ୭ଟାରେ ନିଜ ଧାନ ଜମିକୁ ଧାନ ଜଗିବା ପାଇଁ ଯାଉଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ସୀତାରାମଙ୍କୁ ଶୁଣ୍ଡରେ ଟେକି ଦୁଇ ଥର କଚାଡି ଦେଇଥିବାରୁ ଗାଁ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ। ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ଅଭାବରୁ ହାତୀର ଶିକାର ହେଉଛି ତ କେତେବେଳେ ମଣିଷ ମଧ୍ୟ ବିପଦରେ ପଡୁଛି।ବନବିଭାଗ ଦ୍ୱାରା ରାତିରେ ଏଲିଫେଣ୍ଟ ସ୍କ୍ୱାଡ଼ ପେଟ୍ରୋଲିଙ୍ଗ କରିବାର ଆବଶ୍ୟକତା ରହିଛି ।ଘଟଣା ସ୍ଥଳରେ ଗଜରାଜ ମୃତ୍ୟୁ ସହ ସଙ୍ଘର୍ଷ କରି ଶେଷରେ ମୃତ୍ୟୁ ବରଣ କରିଛିI। ତେବେ ଗତକାଲି ରାତିରେ ହାତୀର ମୃତ୍ୟୁ ଘଟିଥିବା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଜଣାଇଛନ୍ତି। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

masiha

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

Leave a Comment

error: Content is protected !!