ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଏଓଏସସିଏଫ  ତରଫରୁ ବକ୍ତୃତା ପ୍ରତିଯୋଗିତା 

ଧର୍ମଗଡ ଠାରେ ଏଓଏସସିଏଫ  ତରଫରୁ ବକ୍ତୃତା ପ୍ରତିଯୋଗିତା 

ଧର୍ମଗଡ ବ୍ଲକ ସଭାଗୃହ ଠାରେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ ୭୪ ତମ ସମ୍ବିଧାନ ଦିବସ ଅବସରରେ କଲେଜ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ମୁଖ୍ୟ ବକ୍ତା ଭାବରେ କେଡର ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ , ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଡ଼ିଓ , ଡ଼. ହିମାଞ୍ଚଳ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ, ଓ ଆଇନଜୀବୀ ଦିଗାମ୍ବର ଦୁରିଆ ଉପସ୍ଥିତ ରହି ସମ୍ବିଧାନ ଉପରେ ନିଜ ମତ ଦେଇ ଥିଲେ।

ଏହି ଅଵସର ରେ ହୋଇଥିବା ବକ୍ତୃତା ପ୍ରତିଯୋଗିତା ରେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ ର ଛାତ୍ର ରୋହିତ ନିଆଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ ର ଛାତ୍ରୀ ପ୍ରାଞ୍ଜଳ ଠାକୁର ଦ୍ଵିତିୟ,ଓ ପଞ୍ଚାୟତ କଲେଜ ଛାତ୍ର ଚୁଡାମଣି ମାଝୀ ତୃତୀୟ ହୋଇ ଥିଲେ।ଅତିଥି ମାନେ କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର, ମେଡାଲ, ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ଏହିପରିକି .ସମସ୍ତ ପ୍ରତିଯୋଗୀ ଙ୍କୁ ମଧ୍ୟ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ୟୁଗେଶ ତାଣ୍ଡି ଏବଂ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ଢଗ ନାଏକ, କମଳା କାନ୍ତ ବିହାରୀ, ମନୋଜ ବାଗ, କ୍ଷୀରୋଦ ନାଗ, ମିଥୁନ ଦୁର୍ଗା, ଅଚ୍ୟୁତ ହରପାଳ, ରାଜେନ୍ଦ୍ର ଦୁରିଆ, ଚକ୍ରଧର ବେନୁପାଣି,ସୈଷ୍ଣବ ନିଆଲ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

  ଟଙ୍କଧର ତାଣ୍ଡି, ଦେବାର୍ଚ୍ଚନ ସେଠିଆ, ଉଦେ ପ୍ରସାଦ ଜାଲ ବିଚାରକ ଭାବେ ଉପସ୍ଥିତ ଥିଲେ।ସାଧାରଣ ସମ୍ପାଦକ ପ୍ରଭାକର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏନଏସି ୱାର୍ଡ ଅଫିସର ଚୟନରେ ଅନିୟମିତତା ଅଭିଯୋଗ

Sunil Chandra Nayak

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

First state executive body meeting of the Journalist Council of India, Odisha wing was held in Bhubaneswar.

masiha

Leave a Comment

error: Content is protected !!