ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

ବନ୍ଧୁଗାଁ ତା,୨୪/୧୧/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରେ ଆଜି କୁହୁଡି ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିଲା । ଦିନ ତମାମ ସୂର୍ଯ୍ୟର ଦେଖା ନଥିବା ବେଳେ ଥଣ୍ଡା ପାଗ ରହି ଥିଲା।ଫଳରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିଲା । ବନ୍ଧୁଗାଁ ବ୍ଲକରେ ଚଳିତ ବର୍ଷ କିଛି ଅଞ୍ଚଳରେ ପାନିର ସୁବିଧା ଥିବା ହେତୁ ଧାନ ଚାଷ ଭଲ ହୋଇଛି, ଓ କିଛି ଗ୍ରାମରେ ପାଣିର ଠିକ ସମୟରେ ଚାଷ ପାଇଁ ସୁବିଧା ହୋଇ ପାରିନଥିବାରୁ ଚାଷ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି I ବର୍ତମାନ ବ୍ଲକ୍ ରେ ଥିବା ହଜାର ହଜାର ଚାଷ ଜମିରେ ଧାନ କଟା ଯାଇ ଧାନ ବିଳରେ ଧାନ ରହିଅଛି ତ କିଛି ବିଲ ମାନଙ୍କରେ ଧାନ ଅମଳ ହୋଇନାହିଁ  ବର୍ତ୍ତମାନ ଦୁଇଦିନ ହବ ଘନ କୁହୁଡି ସହ ବର୍ଷା ହୋଉଥିବା ଯୋଗୁଁ ଫସଲ ନଷ୍ଟ ହେବା ଆଶାରେ ଅନେକ ଚାଷୀ ଆଜିର ପାଗ ଦେଖି ଚିନ୍ତାରେ ପଡି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା କେତେ ଏକର ଧାନ ଚାଷ ନଷ୍ଟ ହେଇଚି ତାହା ଜଣା ପଡିନଥିବା ବେଳେ ଆକଳନ ପରେ ଜଣା ପଡ଼ିବ ବୋଲି କୃଷି ବିଭାଗ କହିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ ସଞ୍ଜୟ କୁମାର ପ୍ରଧାନ ସଭାପତି ଭାବେ ନିର୍ବାଚିତ  ସେପ୍ଟେମ୍ବର ୨୭ ରୁ ତିନି ଦିନିଆ ଫଟୋ ଫେୟାର 

masiha

ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବାର୍ଷିକୋତ୍ସବ 

Sunil Chandra Nayak

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

masiha

Leave a Comment

error: Content is protected !!