ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ
ବନ୍ଧୁଗାଁ ତା,୨୪/୧୧/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରେ ଆଜି କୁହୁଡି ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିଲା । ଦିନ ତମାମ ସୂର୍ଯ୍ୟର ଦେଖା ନଥିବା ବେଳେ ଥଣ୍ଡା ପାଗ ରହି ଥିଲା।ଫଳରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିଲା । ବନ୍ଧୁଗାଁ ବ୍ଲକରେ ଚଳିତ ବର୍ଷ କିଛି ଅଞ୍ଚଳରେ ପାନିର ସୁବିଧା ଥିବା ହେତୁ ଧାନ ଚାଷ ଭଲ ହୋଇଛି, ଓ କିଛି ଗ୍ରାମରେ ପାଣିର ଠିକ ସମୟରେ ଚାଷ ପାଇଁ ସୁବିଧା ହୋଇ ପାରିନଥିବାରୁ ଚାଷ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି I ବର୍ତମାନ ବ୍ଲକ୍ ରେ ଥିବା ହଜାର ହଜାର ଚାଷ ଜମିରେ ଧାନ କଟା ଯାଇ ଧାନ ବିଳରେ ଧାନ ରହିଅଛି ତ କିଛି ବିଲ ମାନଙ୍କରେ ଧାନ ଅମଳ ହୋଇନାହିଁ ବର୍ତ୍ତମାନ ଦୁଇଦିନ ହବ ଘନ କୁହୁଡି ସହ ବର୍ଷା ହୋଉଥିବା ଯୋଗୁଁ ଫସଲ ନଷ୍ଟ ହେବା ଆଶାରେ ଅନେକ ଚାଷୀ ଆଜିର ପାଗ ଦେଖି ଚିନ୍ତାରେ ପଡି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା କେତେ ଏକର ଧାନ ଚାଷ ନଷ୍ଟ ହେଇଚି ତାହା ଜଣା ପଡିନଥିବା ବେଳେ ଆକଳନ ପରେ ଜଣା ପଡ଼ିବ ବୋଲି କୃଷି ବିଭାଗ କହିଛି I