ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧା ଯୋଜନାର ଘରେଇ ପିଇବା ପାଣିକୁ ଗାଁ ଲୋକଙ୍କ ଦ୍ୱାରା ଅପବ୍ୟବହାରକୁ ନେଇ ସରପଞ୍ଚଙ୍କ ବଳିଷ୍ଟ ପଦକ୍ଷେପ

ବସୁଧା ଯୋଜନାର ଘରେଇ ପିଇବା ପାଣିକୁ ଗାଁ ଲୋକଙ୍କ ଦ୍ୱାରା ଅପବ୍ୟବହାରକୁ ନେଇ ସରପଞ୍ଚଙ୍କ ବଳିଷ୍ଟ ପଦକ୍ଷେପ

 ପଞ୍ଚାୟତର କମ ଅଟକଳ ବାର୍ଷିକ ବିଲ ଟଙ୍କା ୧ ଲକ୍ଷ ୧୧ ହଜାର,୧୨ ଦିନ ହେଉଛି ପାଣି ବନ୍ଦ 

ବନ୍ଧୁଗାଁ ତା ୨୪/୧୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ସଦର ଗାଁରେ ବସୁଧା ଯୋଜନା ରେ ଘରେ ଘରେ ପିଇବା ପାଣି ଯୋଗାଣ ପାଣି କୁ ଗ୍ରାମବାସୀ ମାନଙ୍କ ଦ୍ଵାରା ମନ ଇଚ୍ଛା ବ୍ୟବହାର କୁ ନେଇ ସରପଞ୍ଚଙ୍କ ବଳିଷ୍ଠ ପଦକ୍ଷେପ। ସରପଞ୍ଚ ଭାସ୍କର ୱାଟାକା ଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାଇ ନିଜ ପଂଚାୟତରେ ପିଇବା ପାଣି ଯୋଗାଣ ପାଇଁ ବାର୍ଷିକ ଅଟକଳ ୫୦ ହଜାର ଟଙ୍କା ରହିଥିବା ବେଳେ ବିଜୁଳି ବିଭାଗ ଦ୍ୱାରା ମନ ଇଚ୍ଛା ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ଟଙ୍କା ବିଲ ଆସିଛି। ମୁଁ କେଉଁ ପାଣ୍ଠି ରୁ ଅଧିକ ଟଙ୍କା ପୈଠ କରିବି। ଏହା ସହିତ ଘରେ ଘରେ ପିଇବା ପାଣି ଯୋଗାଣ ହେଉଛି ଲୋକେ ଟେପ୍ ଖୋଲି ପାଣି ଛାଡ଼ି ଦେଉଛନ୍ତି, ମହିଳା ମାନେ ଖୋଲା ସ୍ଥାନରେ ଗାଧେଇବା ଓ ଲୁଗା ପଟା ସଫା କରୁଛନ୍ତି। ଗାଁ ର ଚାରି କଡରେ ପାଣି ଜମା ହୋଇ ବହୁତ ମଶା ମାଛି ହେଇଛନ୍ତି। ଫଳରେ ମେଲେରିଆ ଜର ରେ ଅଧିକାଂଶ ଲୋକ ମଶା ମାଛି କାମୁଡିବା ରୁ ଆକ୍ରାନ୍ତ ହେଇଛନ୍ତି। ଏହି ପ୍ରକାର ଅସୁବିଧା ଦେଖାଯିବା ଯୋଗୁଁ ସରପଞ୍ଚ ଆଜକୁ ପ୍ରାୟ ୧୨ ଦିନ ହେଉଛି ପାଣି ବନ୍ଦ କରିଦେଇଛନ୍ତି। ଯାହାଦ୍ୱାରା ପ୍ରାୟ ୨୫୦ ରୁ ଉର୍ଦ୍ଧ ପରିବାର ପିଇବା ପାଣି ଯୋଗାଣ ବନ୍ଦ ଯୋଗୁଁ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଭିଷେକ ବିଶ୍ୱଜିତ ସେଠୀ ଙ୍କୁ ଗ୍ରାମବାସୀ ଅବଗତ କରିବା ପରେ ବିଡ଼ିଓ ପଞ୍ଚାୟତର ସରପଞ୍ଚ ଙ୍କ ସହିତ ଆଲୋଚନା କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇ ପାରି ନାହିଁ। ସଦର ପଞ୍ଚାୟତର ପିଇଓ ସାଇ ରାଜୁ ପଟ୍ଟନାୟକ ଆଜି ଗାଁ କିଛି ଲୋକଙ୍କ ସହିତ ପଞ୍ଚାୟତରେ ବସି ଏହାର ସମାଧାନ ପାଇଁ କମିଟି ଗଠନ କରିବା ସହିତ ଅତି ଶୀଘ୍ର ପିଇବା ପାଣି ଜଗାଇ ଦେବାକୁ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। କିନ୍ତୁ ସରପଞ୍ଚ ରୋକ ଠୋକ ଭାବେ ପଞ୍ଚାୟତ ର ଏତେ ଟଙ୍କା ବନ୍ଧିବାକୁ ମନା କରିବା ସହିତ ପିଇବା ପାଣି ମଧ୍ୟ ଛାଡ଼ିବି ନାହିଁ ବୋଲି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି,। ଏହା ସହିତ ସରପଞ୍ଚ ଆଜକୁ ୬ ମାସ ହେଉଛି ପଞ୍ଚାୟତ ର ୩ ଟି କାମ ଶେଷ ହେବାରୁ ଫାଇଲ ଗୁଡିକରେ ଦସ୍ତଖତ କରି ବ୍ଲକ ଜେଇ ମାନଙ୍କ ପାଖକୁ ପଠାଇଥିଲେ ମଧ୍ୟ ଆଜି ସୁଦ୍ଧା କଣ୍ଟ୍ରକ୍ତର ମାନଙ୍କୁ ଟଙ୍କା ମିଳି ପାରି ନାହିଁ କିନ୍ତୁ ସେ ସବୁର ସମାଧାନ ପାଇଁ ଆଗକୁ ନ ବଡ଼ି, ଏହି ପାଣି ସମସ୍ୟା ର ସମାଧାନ ପାଇଁ ପଞ୍ଚାୟତ କୁ ପାଣି ବିଲ ଟଙ୍କା ପୈଠ କରିବାକୁ ଆଗେଇ ଆସିଛନ୍ତି। ଯେଉଁ ଦିନ ପଯ୍ୟନ୍ତ ଗାଁ ଲୋକ ପିଇବା ପାଣି ଯତ୍ନର ସହିତ ବ୍ୟବହାର ନ କରିବେ ଓ ବ୍ଲକ ପ୍ରଶାସନ ପଞ୍ଚାୟତର ବକେୟା କାମର ବିଲ ଟଙ୍କା ପ୍ରଦାନ ନ କରିବା ପର୍ଯ୍ୟନ୍ତ ଗାଁ କୁ ପାଣି ଛାଡ଼ିବି ନାହିଁ ବୋଲି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ନୂଆପଡା ଜିଲ୍ଲାର ସମସ୍ତ ମ୍ୟାଟ୍ରିକ ଏ ୧ ଏ ୨ ଗ୍ରେଡ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ 

masiha

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ 

masiha

Leave a Comment

error: Content is protected !!