ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଯାପିତ ଦର୍ଶକମାନେ ଅଭିନେତାମାନଙ୍କ ମଧ୍ୟରେ ନିଜକୁ ଖୋଜି ପାଇଥାନ୍ତି

ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଯାପିତ

ଦର୍ଶକମାନେ ଅଭିନେତାମାନଙ୍କ ମଧ୍ୟରେ ନିଜକୁ ଖୋଜି ପାଇଥାନ୍ତି

କଳାହାଣ୍ଡିର ଅଗ୍ରଣୀ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦଠାରେ ନାଟ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାଟି ୧୫ ତାରିଖଠାରୁ ୩୦ ମେ ତାରିଖ ଯାଏଁ ଚାଲିଥିଲା। ଏହି ୧୫ ଦିନିଆ କର୍ମଶାଳାରେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନାଟ୍ୟ ଶିକ୍ଷା ଦେଇଥିଲେ। ସଙ୍ଗୀତ, ନୃତ୍ୟ, ବାଦ୍ୟ, ମଞ୍ଚ ନିର୍ମାଣ, ଚରିତ୍ର, ସଂଳାପ ଆଦି ମଞ୍ଚ ନାଟକର ଏକ ଏକ ଉପାଦାନ। ଉଦୀୟମାନ ଶିଶୁ କଳାକାର ହିଁ ଆଗାମୀ କାଲିର ଭବିଷ୍ୟତ।ନାଟ୍ୟକଳା ପାଇଁ ଅଭିଭାବକମାନେ ଛୁଆମାନଙ୍କୁ ଏବେ ପିଠି ଥାପୁଡ଼େଇବାର ସମୟ ଆସିଛି। ଛୁଆମାନଙ୍କ ମଧ୍ୟରେ ଅନ୍ତର୍ନିହିତ କଳାକୁ ଉଜ୍ଜିବିତ କରିବାକୁ ଅଭିଭାବକମାନେ ଆଗେଇ ଆସିବାକୁ ପଡିବ। ଦର୍ଶକମାନେ ଅଭିନେତାମାନଙ୍କ ମଧ୍ୟରେ ନିଜକୁ ଖୋଜି ପାଇଥାନ୍ତି। ଦର୍ଶକମାନଙ୍କର ନିଜସ୍ଵ କଥା ହିଁ ଅଭିନେତାମାନେ ମଞ୍ଚରେ ପ୍ରଦର୍ଶନ କରିଥାନ୍ତି ବୋଲି ଆଜି ନାଟ୍ୟ କର୍ମଶାଳାର ଉଦଯାପନୀ ସନ୍ଧ୍ୟାରେ ଉପସ୍ଥିତ ଅତିଥିଗଣ ମନ୍ତବ୍ୟ ଦେଇଥିଲେ। ଆଜି ଅନୁଷ୍ଠିତ ଉଦଯାପନୀ ପର୍ବରେ ମୁଖ୍ୟ ଅତିଥି ଭାବେ ତ୍ରିଲୋଚନ ଜେନା, ଅଧ୍ୟକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ଲେଖକ ଡିଲେଶ୍ବର ରଣା, ସଭାପତି, ଲେଖକ କଳା ପରିଷଦ ଉମେଶ ପଣ୍ଡା ଏବଂ ଆବାହକ ତଥା ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବଶିଳ୍ପୀ ପ୍ରତାପ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ଲିପ୍ସା ମହାରଣା ଦୀପଜ୍ୟୋତି ମନ୍ତ୍ର ପାଠ କରିଥିଲେ। ଯୁବଶିଳ୍ପୀ ଆଲୋକ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। “ସ୍ମାରକୀ ନାଟ୍ୟ ସଂସ୍ଥା”ର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିଳ୍ପୀ ଶୁଭାଶିଷ ମହାପାତ୍ର, ଶାଲିନି ମହାପାତ୍ର, ମନୋଜ କୁମାର ନାୟକ, ନମ୍ରତା ନାଏକ, ଅନୁଷ୍କା ବୈଠାରୁ, ଶ୍ରୀୟାଂଶୀ ପାଢ଼ୀ, ସୁଧୃତି ଦାସ, ସିମରନ ସାହୁ, ଐଶ୍ୱର୍ଯ୍ୟା ସିଂ ପ୍ରମୁଖ ଦୁଇଟି କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ଅତିଥିଗଣ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶଶାଙ୍କ ଶେଖର ମହାପାତ୍ର, ଭବନାଥ ରାୟଗୁରୁ, ସୁରେନ୍ଦ୍ର ନେଗୀ, ଭାଗୀରଥୀ ବେହେରା, ବିରଞ୍ଚି ନାରାୟଣ ମୁଣ୍ଡ, ରଘୁନାଥ ଠାକୁର, ପ୍ରୀତି ପଟ୍ଟନାୟକ, ସୌମ୍ୟ ରଞ୍ଜନ ଜେନା, ପୁଷ୍ପାଞ୍ଜଳି ଦୀପ, ଅମରେନ୍ଦ୍ର ମହାନ୍ତି, ଶିବଶକ୍ତି ପୁରୋହିତ, ଲିପ୍ସା ମହାରଣା, ଅନିଲ ବୈଠାରୁ, ଆଲୋକ କୁମାର ସାହୁ, ପ୍ରିୟଙ୍କା ପଟ୍ଟନାୟକ, ଆର୍ୟା ନାୟକ, ଶେଫାଳି ମହାପାତ୍ର, ଆଶୁତୋଷ ପୁରୋହିତ, ତାପସ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଯୁବଶିଳ୍ପୀ ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମିଳିନି ୩ ମାସର ପିଡିଏସ ଚାଉଳ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ବାଟିଗୁଡା ହିତାଧିକାରୀ

Sunil Chandra Nayak

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

masiha

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!