ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

ବୁର୍ଲା/ଭବାନୀପାଟଣା, ୩୦ ମଇ ୨୦୨୫: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ସହରର ନକଟିଗୁଡ଼ାଠାରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ନୂତନ ମଣ୍ଡଳ କାର୍ଯ୍ଯାଳୟ ଗୃହ ଗତକାଲି (ତା. ୨୯.୦୫.୨୦୨୯ ରିଖ) ଦିନ ଉଦଘାଟିତ ହୋଇଯାଇଅଛି । କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏହାକୁ ଉଦଘାଟନ କରିଛନ୍ତି ।

ନୂତନ ଭାବେ ଉଦଘାଟିତ ଏହି ମଣ୍ଡଳ କାର୍ଯ୍ୟାଳୟ କୋଠାରେ କଳାହାଣ୍ଡି ପୂର୍ବ ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟ ମଧ୍ୟ ଅବସ୍ଥିତ ରହିଅଛି । ଯାହା ସମଗ୍ର ଜିଲ୍ଲାରେ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏକ କେନ୍ଦ୍ରୀକୃତ ହବ୍ ଭାବେ କାର୍ଯ୍ୟ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ବିକାଶ ସହିତ, କଳାହାଣ୍ଡି ଜିଲ୍ଲାର ତିନି ଲକ୍ଷରୁ ଅଧିକ ବିଦ୍ୟୁତ୍ ଗ୍ରାହକ ଗୋଟିଏ ଛାତ ତଳେ ବିଭିନ୍ନ ବିଦ୍ୟୁତ୍ ଜନିତ ସମସ୍ୟାର ସମାଧାନ, ବିଦ୍ୟୁତ୍ ବିଲ୍ ସମ୍ବନ୍ଧୀୟ ପ୍ରଶ୍ନ, ନୂତନ ସଂଯୋଗ ଏବଂ ଅନ୍ୟାନ୍ୟ ଗ୍ରାହକ ସହାୟତା ପାଇ ପାରିବେ । 

ଏହି ନବନିର୍ମିତ କାର୍ଯ୍ୟାଳୟ ଗୃହକୁ ଆଧୁନିକ ଭିତ୍ତିଭୂମି ଏବଂ ଜ୍ଞାନକୌଶଳ ସହିତ ନିର୍ମାଣ କରାଯାଇଅଛି, ଯାହା କର୍ମଚାରୀମାନଙ୍କୁ ଅନେକ ମୌଳିକ ସୁବିଧା ପ୍ରଦାନ କରିବ ସହ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବ । ଯାହା ଫଳରେ ଜିଲ୍ଲାରେ ଗ୍ରାହକ ସେବା ଗୁଣାତ୍ମକ ହେବା ସହିତ ଅଧିକରୁ ଅଧିକ ଉନ୍ନତ ହେବ । ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଥିବା ଏହି କାର୍ଯ୍ୟାଳୟ ଗୃହର ଲକ୍ଷ୍ୟ ହେଉଛି ଉତ୍ପାଦନଶୀଳ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ଟିପିଡବ୍ଲ୍ୟୁଓଡିଏଲର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା, ଯାହା ଦ୍ୱାରା ସମଗ୍ର ଜିଲ୍ଲାରେ ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ ଗ୍ରାହକ ସେବା ପ୍ରଦାନ କରାଯାଇ ପାରିବ । ଏହି ଉଦଘାଟନୀ ଉତ୍ସବରେ ଟିପିଡବ୍ଲ୍ୟୁଓଡିଏଲର ସିଇଓ ଶ୍ରୀ ପ୍ରବୀଣ ବର୍ମା ପଶ୍ଚିମ ଓଡ଼ିଶାରେ ଗ୍ରାହକ ସେବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରକାଶ କରିଥିଲେ ଯେ, ଏହି ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହଟି ଆମର ସେବାଗୁଡ଼ିକୁ ଗ୍ରାହକଙ୍କ ନିକଟତର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ନିଶ୍ଚିତ ଯେ ଏହି ସୁବିଧା କଳାହାଣ୍ଡି ଜିଲ୍ଲାର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଦ୍ରୁତ, ଅଧିକ ପ୍ରଭାବଶାଳୀ ସହାୟତା ପ୍ରଦାନ କରିବା ପାଇଁ ଆମର ଟିମକୁ ସଶକ୍ତ କରିବ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ

 

Related posts

ରାଇରଙ୍ଗପୁର ପୌରପାଳିକା ପରିସରରେ “ବିକାଶ ବାହନ” ଯାତ୍ରାର ଶୁଭାରମ୍ଭ

masiha

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!