ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇଏଏସ୍ ଅଫିସର ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ

ଆଇଏଏସ୍ ଅଫିସର ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ରମା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇ ଭବାନୀପାଟଣା ଜେଲରେ ଅଛନ୍ତି। ମଙ୍ଗଳବାର ଭବାନୀପାଟଣା ଜିଲ୍ଲା ଭିଜିଲାନ୍ସ କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହୋଇଛି।

ସୂଚନାଯୋଗ୍ୟ ଯେ,ଗତ ୮ ତାରିଖରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚକମା ଭିଜିଲାନ୍ସ ହାତରେ ଧରାପଡିଥିଲେ।ସେତେବେଳେ ଭିଜିଲାନ୍ସ ଛାନ୍‌ଭିନ କରି ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା।ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲା କାରାଗାର ଯିବାକୁ ପଡିଥିଲା।ମଙ୍ଗଳବାର ଚକମାଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା ହେଲେ ବିଭିନ୍ନ ଦିଗକୁ ତର୍ଜମା କରି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ମାନ୍ୟବର ବିଚାରପତି ବଦ୍ରି ନାରାୟଣ ନନ୍ଦ ଏହାକୁ ଖାରଜ କରିଦେଇଛନ୍ତି।

 ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ହାତରେ ଧରା ପଡିବା ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଚକମାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ଅନ୍ୟପଟେ ପରବର୍ତ୍ତୀ ବେଲ୍‌ ପିଟିସନ ପାଇଁ ଚକମା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ତାଙ୍କ ଓକିଲ ଦିଲୀପ କୁମାର ସା ପ୍ରକାଶ କରିଛନ୍ତି। ସେପଟେ ଆଇଏଏସ ଙ୍କ ସରକାରୀ ବାସଭବନ ରୁ ଏତେ ଟଙ୍କା ମିଳିବା ପରେ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତି ନେଇ ଖେଳତାଡ ଆରମ୍ଭ କରିଛି। ଏନେଇ ଭିଜିଲାନ୍ସର ଏକ ଟିମ୍ ତ୍ରିପୁରା ଯାଇଥିବା ଜଣାଯାଇଛି।ସେମାନେ ତାଙ୍କପୈତୃକ ଘର, ସମ୍ପର୍କୀୟଙ୍କ ଘର ଓ ଅନ୍ୟ ସ୍ଥାନରେ ଚଢ଼ଉ କରି ଖୋଡ଼ତାଡ଼ କରୁଥିବାର ପ୍ରକାଶ।

୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଚକମା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ୨୦୨୪ ଜାନୁଆରୀରୁ ଅବସ୍ଥାପିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

Sunil Chandra Nayak

Leave a Comment

error: Content is protected !!