ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ଉଦଘାଟନ 

ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ଉଦଘାଟନ 

ଜୁନାଗଡ଼ ୬/୯ ( ମନିସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇ ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ଭତ୍ର।ଡ୍ୟାମ ଠାରେ ଆଜି ଜୁନାଗଡ଼ ବନାଞ୍ଚଳ ପକ୍ଷରୁ ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ର ଶୁଭ ଉଦ ଘାଟନ ହୋଇଯାଇଛି ।ଏହାକୁ କଳାହାଣ୍ଡି ସାଂସଦ ମାଲବିକ। ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ଦକ୍ଷିଣ ବନ ଖଣ୍ଡ ଅଧିକାରୀ କଳାଇ ଭାନନ ଆର , ଜୁନାଗଡ଼ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର , କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ ,ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ , କାହ୍ନୁ ଚରଣ ତ୍ରିପାଠୀ ,ବଲର।ମ ଭୋଇ ସମେତ ଅନେକ ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଥିଲେ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ଭତ୍ର। ଡ୍ୟାମ ଠାରେ ମଟର ଚାଳିତ ନୌକା ବିହାର ର ବ୍ୟବସ୍ଥା କରାଯାଇଛି ।ଯାହା ଫଳରେ ଲୋକମାନେ ଏହାର ଭର ପୁର ମଜା ନେଇପାରିବେ । ଏହି ଭତ୍ର। ଡ୍ୟାମ ଚାରିପଟେ ସୁନ୍ଦର ପରିବେଶ ସାଙ୍ଗକୁ ଲୋକମାନେ ବଣଭୋଜି ର ଆସର କରିବାର ସମସ୍ତ ସୁବିଧା ରହିଛି । ଯାହାକି ଜୁନାଗଡ଼ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବରାଡ଼ ,ପୂର୍ବତନ ନଗରପାଳ ମହେଶ ସାହୁ ,ସୁଧାଂଶୁ ବର।ଡ଼ , ବକ୍ସି ତୁଳସୀ ପାଲି ସରପଞ୍ଚ ଦିବ୍ୟ ଦୀପ ,କଲେଇ ଗାଁ ସର୍ପସଞ୍ଚ ମଳୟ ଆଚାର୍ଯ୍ୟ ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

masiha

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

Sunil Chandra Nayak

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ, ଡା. ମାଇତି ହେଲେ ନୂତନ ସଭାପତି

Sunil Chandra Nayak

Leave a Comment

error: Content is protected !!