ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ଖଣି ଅଂଚଳ ତାଳଚେରରେ ବୁଲା ଗାଇଗୋରୁଙ୍କ ଜୀବନ ବିପର୍ଣ୍ଣ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି l ଖଣି ଦ୍ୱାରା ବିଭିନ୍ନ ଗା’ ଗଣ୍ଡା ଉଠିଯିବା ପରେ ବର୍ତ୍ତମାନ ସେଠାରେ ଥିବା ଗୃହ ପାଳିତ ପଶୁ ଆଜି ରାସ୍ତା ଉପରେ ଜୀବନ ନିର୍ବାହ କରୁଛନ୍ତି l ଖଣି ଅଞ୍ଚଳ ହୋଇଥିବାରୁ କୋଇଲା ପରିବହନ ଏଠାରେ ହଜାର ହଜାର ଭାରିଯାନର ଯାତାୟତ ହୋଇଥାଏ l ଅନେକ ସମୟରେ ଦେଖିବକୁ ମିଳୁଛି l ରାସ୍ତା ଉପରେ ଜୀବନ ନିର୍ବାହ କରୁଥିବା ବିସ୍ଥାପିତ ଗୋ’ସମ୍ପଦ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି କିମ୍ବା ଆହତ ହୋଇ ମୃତ୍ୟୁକୁ ଅପେକ୍ଷା କରୁଛନ୍ତି l ଏଣୁ ଅନେକ ପଶୁପ୍ରେମୀ ଏବଂ ଗୋ’ସେବକଙ୍କ କହିବା କଥା ସରକାର କେବଳ ଆହତ ହୋଇ ପଡ଼ିଥିବା ପଶୁଙ୍କ ସହାୟତା ବ୍ୟବସ୍ଥା A.H.L. ସେବାକୁ କେବଳ ଜିଲ୍ଲା ସଦର ମହାକୁମାରେ ସୀମିତ ନରଖି ଦୁର୍ଘଟଣା ପ୍ରବଣ ଅଂଚଳପ୍ରତି ଅଗ୍ରାଧିକାର ଦେବାକୁ ସାଧାରଣରେ ଦାବୀ କରୁଛନ୍ତି l

Related posts

ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରେସ ମିଟରେ ସୂଚନା ଦେଲେ ଡାବୁଗାଁ ବିଧାୟକ

masiha

ଜବହାର ନବଦୟ ପରୀକ୍ଷା 

masiha

ସ୍କୁଟି ସହ ସାଇକେଲ ଧକ୍କା;ସ୍କୁଟି ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!