ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋଲିରେ ଅଘଟଣ   ହାତୀ ନଦୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ

ହୋଲିରେ ଅଘଟଣ

  ହାତୀ ନଦୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକଙ୍କ ନାମ ପ୍ରତ୍ୟୁଷ ପାଢ଼ି(୨୨) ଓ ସେ ସହରର ବ୍ରାହ୍ମଣ ପଡାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟ,ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀ କୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଗଭୀର ଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ବାହାରକୁ ବାହାରି ନ ପାରି ବୁଡି ଯାଇଥିଲେ। ଖବର ପାଇଁ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ଏ ନେଇଁ ଜୁନାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୫/୨୫) ରୁଜୁ ହୋଇଛି। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ସଂଯୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ 

Sunil Chandra Nayak

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

ରାଜନଗର ର ପେଣ୍ଠ ବେଳା ଭୂମି କୁ ସଫେଇ କଲେ ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ.

masiha

Leave a Comment

error: Content is protected !!