ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହୋଲିରେ ପୁଣି ଏକ ଅଘଟଣ , ଯମୁନା ସାଗରରେ ବୁଡ଼ି ଯୁବକ ଙ୍କ ମୃତ୍ୟୁ

ହୋଲିରେ ପୁଣି ଏକ ଅଘଟଣ , ଯମୁନା ସାଗରରେ ବୁଡ଼ି ଯୁବକ ଙ୍କ ମୃତ୍ୟୁ

ଭବାନୀପାଟଣା,୧୫.୩ : କଳାହାଣ୍ଡି ଜିଲାରେ ଶନିବାର ହୋଲି ପରେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସ୍ଥ ଯମୁନାସାଗରରେ ବୁଡ଼ି ଯାଇ ମଧ୍ୟାହ୍ନରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସରୋଜ ସ୍ବାଇଁ(୪୨) ଓ ସେ ଭବାନୀପାଟଣା ସହର ଜେନାଖାଲ ପଡ଼ାର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ସରୋଜ ନିଜ ପରିବାର ସମ୍ପର୍କୀୟ ସହ ହୋଲି ପର୍ବ ଉପଲକ୍ଷେ ଯମୁନାସାଗର ନିକଟ ଏକ ଫାର୍ମ ହାଉସ୍‌କୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଯମୁନାସାଗରକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସି ଯିବାରୁ ଗଭୀର ଜଳକୁ ଚାଲିଯାଇଥିଲେ। ତେବେ ପହଁରା ଜାଣି ନ ଥୂବାରୁ ସେଠାରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭବାନୀପାଟଣା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୫/୨୫) ରୁଜୁ ହୋଇଥିବା ପୋଲିସଠାରୁ ସୂଚନା ମିଳିଛି। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

Sunil Chandra Nayak

ଆରମ୍ଭ ରୁ ଭାଜପା କୁ ଝଟକା

Sunil Chandra Nayak

Leave a Comment

error: Content is protected !!