ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ନଦୀ ସୁରକ୍ଷା ସମିତି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ମୟୂରଭଂଜ- ୧୯/୫/୨୨(ମସିହା’) ପୃଥିବୀରେ ଯେଉଁଠି ସଭ୍ୟତା ଆଗେଇଛି ସେଠି ନଦୀର ଭୂମିକା ଅବର୍ଣ୍ଣନୀୟ ।ଜୀବନ ଧାରଣ ପାଇଁ ମାନବ ସମାଜ, ଜୀବଜନ୍ତୁ ଓ ବୃକ୍ଷଲତା ସମସ୍ତେ ନିର୍ଭର କରନ୍ତି ।ହେଲେ ସେହି ନଦୀ ଆଜି ବିପନ୍ନ ।ପ୍ରଗତିର ଜୀବନରେଖା ହେଉଛି ନଦୀ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ଯୋଗୁଁ ଅଧିକାଂଶ ନଦୀ ଶୁଷ୍କ,ମୃତ,ଅବହେଳିତ,ପ୍ରଦୂଷିତ ।କଳକାରଖାନାମାନେ ପ୍ରଶାସନକୁ ହାତ ବାରିଷିକରି ନଦୀଜଳ ଶୋଷି ନେଇ ଦୂଷିତ ପାଣି ଓ ବର୍ଜ୍ୟବସ୍ତୁ ଛାଡୁଛନ୍ତି ।ବାଲି ମାଫିଆମାନେ ଖୁଲମଖୁଲା ବେଆଇନ ସ୍ଥାନରେ ମାତ୍ରାଧିକ ବାଲି ଖନନ ଓ ନିୟମ ବହିର୍ଭୁତ ଭାରିଯାନ‌ଦ୍ଵାରା ପରିବହନ‌ କରି ନଦୀପ୍ରତି ବିପଦ ସୃଷ୍ଟି କରୁଛନ୍ତି । କେନ୍ଦ୍ର ସରକାରଙ୍କ ନମାମି ଗଙ୍ଗେକୁ ରାଜ୍ୟ ସରକାର ପାଳନ ଓ ସହଯୋଗ କରୁନାହାନ୍ତି । ଯାହାଫଳରେ ନଦୀ ଆଜି ବିପନ୍ନ, ପ୍ରଦୂଷିତ, ଶୁଷ୍କ,ମୃତ ।ନଦୀ ଶୁଷ୍କ ଯୋଗୁଁ ବହୁ ଧାର୍ମିକ ସ୍ଥଳ ଓ ଐତିହ୍ୟ ଆଜି ଧ୍ବଂସ ଅବସ୍ଥାକୁ ଯାଉଛି । ତେଣୁ ଓଡ଼ିଶା ସରକାର‌ ସ୍ପଷ୍ଟ ନଦୀନୀତି କରି ନଦୀ ସୁରକ୍ଷାକୁ ଗୁରୁତ୍ବ ଦେବା ଓ କେନ୍ଦ୍ର ସରକାରଙ୍କ ନମାମି ଗଙ୍ଗେକୁ କାଯ୍ଯକାରୀ କରିବା ପାଇଁ ଆଜି ବିଜେପି ନଦୀ ସୁରକ୍ଷା କମିଟି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଶକୁନ୍ତଳା ହାଁସଦାଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଗଣେଶଲାଲଜୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଂଯୋଜକ ନେତୃତ୍ୱରେ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,ବିଜେପି ଜିଲ୍ଲା କୃଷକ ସଭାପତି ରଂଜନ ମହାନ୍ତ, ଜିଲ୍ଲା ମହିଳା ଉପସଭାନେତ୍ରୀ ମିଥିଳା ଟୁଡୁ, ରାଇରଙ୍ଗପୁର ବିଧାନ ନବ ଚରଣ ମାଝୀ, ବିଜେପି ଜିଲ୍ଲା ସଂପାଦକ ମନୋଜ ଦାସ, ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ, ଏହି ମୋର୍ଚା ବିଜେପି ଜିଲ୍ଲାସଭାପତି କିଶୋର କୁମାର ରଜକ, ମିଡ଼ିଆ କୋଅର୍ଡିନେଟର ପ୍ରଦୀପ ରାଉତ,ପ୍ରମିଳା ନନ୍ଦ, ପ୍ରତିମା ଜେନା ପ୍ରମୁଖ ବହୁ ବିଜେପି କର୍ମ ସାମିଲ ହୋଇଥିଲେ । ଆଗାମି ଦିନରେ ସରକାର ଏହାକୁ କାର୍ଯ୍ୟକାରୀ ନ କଲେ ତିବ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ ଗଣମାଧ୍ୟମକୁ କହିଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ଆଇଛେ ନୁଆଁଖାଇ

Sunil Chandra Nayak

ଆରପାରି ରେ ସମସ୍ତଙ୍କ ପ୍ରିୟ ଗାନ୍ଧିବାଦୀ ସମାଜସେବୀ ଘାସିରାମ ପାଟ୍ଟଯୋଷୀ

Sunil Chandra Nayak

Leave a Comment

error: Content is protected !!