ନୂଆ ଖାଇ
ଉପେନ୍ଦ୍ର କୁମାର ବସ୍ତିଆ
ବରଷକେ ଥରେ ଆସେ ନୂଆଖାଇ
ଭାଦ୍ର ଶୁକ୍ଳ ପଞ୍ଚମୀରେ
ପଶ୍ଚିମ ଓଡ଼ିଶା ହୁଏ ମୁଖରିତ
ଏହି ଅପୂର୍ବ ପର୍ବରେ ।।
ଇଷ୍ଟଦେବୀ ମାଆ ଜଗତ ଜନନୀ
ବିପଦେ ଆପଦେ ସାହା
କଲ୍ୟାଣ କାରିଣୀ ବିପଦ ଭଂଜନୀ
ସଙ୍କଟରେ କରେ ଆହା ।।
ପୁରେ ପୁରେ ଆଜି ନବାନ୍ନ ମହକ
ନବବସ୍ତ୍ର ପରିଧାନେ
ଶରଧାରେ ଖାଇ ପ୍ରସାଦ ନବାନ୍ନ
ପ୍ରଣମଉ ଗୁରୁଜନେ ।।
ରାଗ ଋଷା ମାନ ଅଭିମାନ ଭୁଲି
ଘରେ ଘରେ ଭେଟ ଘାଟ
ସ୍ନେହ ମମତାର ଅତୁଟ ବନ୍ଧନ
ଶରଧାର କଳ୍ପବଟ ।।
ନବାନ୍ନ ନୈବେଦ୍ୟ ସମର୍ପି ମାଆଙ୍କୁ
କରୁଅଛୁ ନିବେଦନ
ସୁଖ ଶାନ୍ତି ଭରୁ ପ୍ରତିଟି ପରାଣେ
ଦୂରେଇ ଯାଉ କଷଣ ।।
ରାଉରକେଲା