ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ନୂଆଖାଇ

  ନୂଆଖାଇ 

ଭାଦ୍ରବ ମାସର ଶୁକଳ ପଞ୍ଚମୀ
      ଅଟେ ଆମ ନୂଆଖାଇ
ପଶ୍ଚିମ ଓଡ଼ିଶା ଘରେ ଘରେ ଆଜି
     ଆନନ୍ଦ ଉତ୍ସବ ହୋଇ ।
ଘର ଦ୍ବାର ସାଙ୍ଗେ ଲୁଗାପଟା ଆଉ
     ଅଛି ଯେତେ ସରଞ୍ଜାମ 
ଧୁଆଧୋଇ ହୋଇ ସବୁ ସଫା ହୁଏ
     ଏ ପରା ଆମ ନିୟମ ।
ଗାଆଁ ଛାଡି ଯେତେ ବାହାରେ ରୁହନ୍ତି
      ସମସ୍ତେ ଆସନ୍ତି ଘରେ
ନୂଆଖାଇ ପର୍ବ ମାନିବେ ଏକାଠି
      ଗାଆଁ ଭାଇଙ୍କ ସାଥିରେ।
ନୂତନ ପୋଷାକ ସମସ୍ତେ କିଣନ୍ତି
    ଧନୀ ହେଉ ବା ଗରିବ
ଧନ ନ ଥିଲେବି ଧାର କରଜ ଯେ
    କରି ମାନନ୍ତି ପରବ।
ନୂଆ ଖାଇ ଦିନ ସକାଳୁ ଉଠିକି
     ବାସି କାମ ଧନ୍ଦା ସାରି
ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି
     ନିଜ ନିଜ କାମ କରି ।
ପିଠା ପଣା ସବୁ ଘରେ ଘରେ ହୁଏ
     କେତେ କେତେ ରକମର
ଆରିସା କାକରା ବରା ସାଥେ ଖିରି
    କରନ୍ତି କେତେ ପ୍ରକାର ।
କୁରେଇ ପତରେ ନୂଆ ବଢା‌ ହୁଏ
       ଗୁଡ ମହୁ କ୍ଷୀର ଦେଇ
ଇଷ୍ଟ ଦେବୀ ଆଉ ଲକ୍ଷ୍ମୀ ନାରାୟଣେ
         ପୂଜନ୍ତି ହରଷ ହୋଇ ।
ଘରର ସମସ୍ତେ ଧାଡି ଧାଡି ହୋଇ
         ବସି ପୂର୍ବେ ମୁହଁ କରି
ବୟୋଜ୍ୟେଷ୍ଠ ବ୍ୟକ୍ତି ସମସ୍ତ ଙ୍କୁ ଦେଇ
       ହରିବୋଲ ଧ୍ବନି ପାରି ।
ନବାନ୍ନ ଭକ୍ଷଣ କରି ସାରି ସର୍ବେ
          ଇଷ୍ଟଙ୍କୁ ପ୍ରଣାମ କରି
ଗୁରୁଜନ ମାନେ ଜୁହାର ହୁଅନ୍ତି
      ଗାଆଁ ସାରା ବୁଲି ବୁଲି।
ନୂଆଖାଇ ଭେଟ ହୁଅନ୍ତି ସଭିଏଁ
       ଖେଳ କଉତୁକ ହୁଏ
ମଜା ମଜଲିସ ବିଭିନ୍ନ ପ୍ରକାର
       ତିନି ଦିନ ଧରି ହୁଏ।
ପଶ୍ଚିମ ଓଡ଼ିଶା ବଡ ପର୍ବ ଏହା
       କୃଷି ଭିତ୍ତିକ ଅଟଇ
ଏପର୍ବ ପାଳନ କରିଲେ ସଭିଙ୍କ
   ଭେଦ ଭାବ ଦୂର ହୋଇ ।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

 

Related posts

ପଂଚାୟତ ଚାଉଳ ହଡ଼ପ ଅଭିଯୋଗ ତଦନ୍ତ କଲେ ଉପଜିଲ୍ଲାପାଳ

Sunil Chandra Nayak

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

Leave a Comment

error: Content is protected !!