ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ସନ୍ଦେହ, ଯୁବକ ଅଟକ

ନର୍ଲା (ମନିସ) ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଚୋରି, ଡକାୟତି ଘଟଣା ବୃଦ୍ଧି ପାଇଛି। କିଛି ସ୍ଥାନରେ ଅଜଣା ଲୋକଙ୍କ ଚଳପ୍ରଚଳ ଦେଖି ଲୋକେ ଭୟଭୀତ ହୋଇ ଅଜଣା ବ୍ୟକ୍ତିଙ୍କୁ କାବୁ କରିବା ଘଟଣା ମଧ୍ୟ ଲାଗି ରହିଛି। ନର୍ଲା ଥାନା ଅନ୍ତର୍ଗତ ରାକ୍ସି ଗ୍ରାମରେ ଜଣେ ଅଜଣା ଯୁବକ ବୁଲୁଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୁବକଙ୍କୁ ଥାନା ଆଣି ଅଟକ ରଖି ପଚରାଉଚରା କରୁଛି। ସମ୍ପୃକ୍ତ ଯୁବକ ଜଣକ ରାୟପୁର ସହର ଜଗଦଲପୁର ଗ୍ରାମର ବିକାଶ ଠାକୁର ବୋଲି ପରିଚୟ ଦେଇଛି। ବିକାଶ ୧୦ ତାରିଖରେ ଟିଟିଲାଗଡ଼ ରେଳଷ୍ଟେସନ ଆସି ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ଖବର ମତେ ଅଜଣା ଯୁବକ ଥାନା ପରିସରରୁ ଫେରାର ହୋଇଥିବା ବେଳେ ପୁଣି ପୋଲିସ ଧରିବା ସହ ଅଧିକ ତଦନ୍ତ ଜାରି ରଖିଛି। ରାକ୍ସି ଗାଁ ନିକଟ ବଲବସପୁର ଗାଁରୁ ମଧ୍ୟ ଜଣେ ଅଜଣା ଯୁବକକୁ ଗାଁ ଲୋକେ ଅଟକ ରଖି ପୋଲିସ ହାତରେ ଦେଇଥିବା ବେଳେ ଗାଁ ଗୁଡ଼ିକରେ ଲୋକେ ଚୋରି ଭୟରେ ଯୁବକ ଗୋଷ୍ଠୀ ରାତିରେ ଗାଁ ଜଗୁଥିବା ଦୃଷ୍ଟି ଗୋଚର ହୁଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

Sunil Chandra Nayak

ଶ୍ରୀ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଉନ୍ମୋଚିତ

Sunil Chandra Nayak

ବାଲେଶ୍ବର – ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!