ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ 

ବନ୍ଧୁଗାଁ ତା, ୧୫/୩/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣ ପାଟଣା ବ୍ଲକର ସଦର ପବ୍ଲିକ୍ ଗ୍ରାଉଣ୍ଡ ଠାରେ ନାରାୟଣ ପାଟଣା ବ୍ଲକର ଯୁବକ ଭାଇ ମାନଙ୍କ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ମାଁ ଚୈତ୍ରାଇ ଭଲିବଲ ଟୁର୍ଣାମେଣ୍ଟ ଉଦଯାପିତ ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଜେଡି ଦଳର ସମାଜ ସେବି ଶ୍ରୀ ଶଙ୍କର ସାଉନ୍ତା ଉପସ୍ଥିତ ରହି ନଡ଼ିଆ ମାରି ରିବନ କାଟି ଖେଳକୁ ଆଗକୁ ନେବା ପାଇ ସୁଭ ଆରମ୍ଭ କରିଥିଲେ I ଏହି ଟୁର୍ଣାମେଣ୍ଟରେ କୋରାପୁଟ ଜିଲ୍ଲାର ୧୬ ଗୋଟି  ଦଳକୁ ନେଇ ଆୟୋଜନ କରା ଯାଇଛି I ଏଥିରେ ବିଜୟ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ରଖିଥିବା ବେଳେ ପରାଜୟ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ପାଇଁ ଖେଳ ଆୟୋଜନ କରୁଥିବା ସଙ୍ଘର ସଭାପତି ଜଣେଇଥିଲେ  I  ନାରାୟଣ ପାଟଣା ବ୍ଲକର ଅଧ୍ୟକ୍ଷ ଶ୍ରୀ ଗଲାଦି ତିରନାଥ,ବ୍ଲକ ବିଜୁ ଜନତା ଦଳର କର୍ମକର୍ତା ହେଲେ ବ୍ଲକ ବିଜେଡି ସଭାପତି ଏଗି ନାରାୟଣ, ଦୟାନିଧି ସାହୁ, ଜି. ସାଇରାଜୁ,ଅସକ ପଟ୍ଟନାୟକ, ନାରାୟଣ ପାଟଣା ଅଞ୍ଚଳର ସମାଜ ସେବି ରାଜେସ କୁମାର ଲୁହା,ମାନଙ୍କ ସହିତ ଯୋଗ ଦେଇ ବିଜୟ ଦଳ ଲଷ୍ମୀପୁର ବ୍ଲକର କାକିରିଗୁମା ଓ ନାରାୟଣ ପାଟଣା ବ୍ଲକର ବିକ୍ରମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ଉକ୍ତ ଫାଇନାଲ ଖେଳରେ କାକିରିଗୁମା ଦଳ ବିଜୟ ଲାଭ କରିଥିବା ବେଳେ ବିକ୍ରମ ପୁର ଦଳ ପରାଜୟ କରିଥିଲା ଉକ୍ତ ଖେଳରେ ରହି ପୁରସ୍କାର ବିତରଣ କରିଥିଲେ ।

  ____———————-+————–

ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି

ବନ୍ଧୁଗାଁ ତା, ୧୫/୩/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ଦେଖିବାକୁ ମିଳିଛି ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ କାମନା ମନିଛନ୍ତି । ଅଭିର ଓ ରଙ୍ଗର ତାଳେ ତାଳେ ସଭିଏଁ ସମସ୍ତ ଲୋକେ ଉତ୍ସାହ ର ସହ ପରିବାର,ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଥିବା ଦେଖିବା କୁ ମିଳିଥିଲା। ଏହି ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକର ସଦର ମହକୁମା ବନ୍ଧୁଗାଁ, ସରପୋଲି, ଆଲମଣ୍ଡା, କୁମ୍ଭାରି ପୁଟ ଓ ଗାରିଡି ଓ ଡୁମାଡଙ୍ଗର ଗ୍ରାମ ଠାରୁ ସବୁ ସାହି ସବୁଠି ଉତ୍ସାହର ସହ ଅଷ୍ଟପ୍ରହରୀ ଲୋକଙ୍କ ପାଇଁ ମାହୋଲ ଖେଳି ଯାଇଥିଲା। ପରସ୍ପରକୁ ରଙ୍ଗ ଲଗାଇବା ସହ ବାଜା ମାରି ଆଜି ରଙ୍ଗର ପର୍ବକୁ ଭରପୂର ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରିଛନ୍ତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇବା ସହ ବହୁତ୍ ଖୁସି କରିଛନ୍ତି l ବିଭିନ୍ନ ସ୍ଥାନରେ ଆଜି ଖୁସି ର ସହ ହୋଲି ଖେଳିଛନ୍ତି l ଗ୍ରାମର ଲୋକେ ନାଚ ଗୀତର ଆସର ବି ଜମିଥିଲା ।ଖୁସିର ସହ ଏହି ପର୍ବ ହୋଲି ପାଇଁ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ l ଲୋକେ ଏ ନେଇ ସ୍ଥାନୀୟ ଅଷ୍ଟପ୍ରହରୀ ମଣ୍ଡଳୀ କୁ ସମଗ୍ର ଗ୍ରାମ ସାରା ପରିକ୍ରମା କରିଥିବା ବେଳେ ଗ୍ରାମର ବିଭିନ୍ନ ସାଂସ୍କୃତିକ, ସ୍ବେଛାସେବୀ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାଚ ଗୀତର ତାଳେତାଳେ ପରିକ୍ରମା କରି ହୋଲି ରଙ୍ଗ ଲଗାଇଥିଲେ। ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରିଛନ୍ତି ପରିବାର,ପ୍ରିୟଜନ ଓ ବନ୍ଧୁ ବାନ୍ଧବ। ଏହି ରଙ୍ଗର ପର୍ବ ହୋଲି ନିମନ୍ତେ ସରକାରୀ କର୍ମଚାରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକେ ବଡ ଧୁମଧାମରେ ହୋଲି ପର୍ବକୁ ପାଳନ କରିଛନ୍ତି। ବନ୍ଧୁଗାଁ ବ୍ଲକ ସଦରରେ ପୁରା ଶାନ୍ତିପୂର୍ଣ ଭାବେ ହୋଲି ପର୍ବ ପାଳନ କରାଯାଇଛି l

  =====.=.================

ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

ବନ୍ଧୁଗାଁ ତା ୧୬/୦୩/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଗ୍ରାମରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଓଡିଶା ପ୍ରସିଦ୍ଧ ଅଗ୍ନି ଗଙ୍ଗାମାଙ୍କ ଯାତ୍ରା ଆରମ୍ଭ ହୋଇ ଆଜକୁ ସାତ ଦିନରେ ପହଁଚିଛି।ଯାତ୍ରା ଶେଷ ହେବାକୁ ଆଉ ତିନିଦିନ ବାକି ଥିବାରୁ ଆଜି ମାଙ୍କ ଦର୍ଶନ ଲାଗି କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତ ଙ୍କ ସୁଅ ଛୁଟିଥିଲା । ଅସ୍ଥାୟୀ ମନ୍ଦିର ପ୍ରାଙ୍ଗଣରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ମଧ୍ୟ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ । ମନ୍ଦିର ପାଖରେ ବନ୍ଧୁଗାଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ।ଏହି ଯାତ୍ରାରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।ତେଣୁ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନ୍ୟ ସବୁ ସୁବିଧା ବିଷୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ସୋନାଲି ପାତ୍ର ଓ ବନ୍ଧୁଗାଁ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଓ ମା ଅଗ୍ନିଗଙ୍ଗାମା ଙ୍କ ଦର୍ଶନ କରି ସାରିବା ମାଙ୍କ ଏକ ଫୋଟ ଚିତ୍ର ଉପହାର ମାଧ୍ୟମରେ ଦେଇଥିଲେ I ଏଥିସହ ପୂଜା ଓ ଦୂରଦୁ ଉଁରାନ୍ତରୁ ଆସିଥିବା ଭକ୍ତ କେଉଁ ପ୍ରକାର ଭାବରେ ମାଙ୍କ ଦର୍ଶନ କରି ପାରୁଛନ୍ତି ଓ ଭକ୍ତ ଙ୍କ ପାଇଁ ଧାଡ଼ିରେ ରହିଥିବା ବେଳେ କୌଣସି ଅସୁବିଧା ର ସୋମୁଖୀନ ନ ହୁଅନ୍ତୁ ଓ ଗାଡି ମୋଟର ରହଣି ଓ ସୁରକ୍ଷା ବ୍ୟବସ୍ଥା କୁ ଆଲୋଚନା କରିଥିଲେ।ଏଥିରେ କିଛି କମିଟି ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।  

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମାଆ ଏକ ମନ୍ଦିରର ଅଡିସନ

Sunil Chandra Nayak

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

masiha

ରାଇରଙ୍ଗପୁର ଉପଖଣ୍ଡରେ ବାତଜ୍ଵର ନିରାକରଣ ନେଇ ସଚେତନତା ରଥ ଉଦଘାଟିତ

masiha

Leave a Comment

error: Content is protected !!