ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାଇବାଲ ଦୃଷ୍ଟି ଟିଭି ର ୟାଦେଁ କି ମେଲା କାର୍ଯ୍ୟକ୍ରମ 

ଟ୍ରାଇବାଲ ଦୃଷ୍ଟି ଟିଭି ର ୟାଦେଁ କି ମେଲା କାର୍ଯ୍ୟକ୍ରମ 

ରାଉରକେଲା: ଟ୍ରାଇବାଲ ଦୃଷ୍ଟି ଟିଭି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ୟାଦେଁ କି ମେଲା ସିଜିନ ୨ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଅଜିତ ବରୁଆ ଙ୍କ ଅଧ୍ୟକ୍ଷତା ଓ ଫିରୋଜ ଖାନ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ପ୍ରତିଭା ବାନ କଣ୍ଠଶିଳ୍ପୀ ଲୋକଲୋଚନକୁ ଆସି ପାରିବେ ବୋଲି ମତ ରଖିଥିଲେ। ଅନୁଷ୍ଠାନର ମୁଖ୍ୟ ଶ୍ରୀ ବରୁଆ ତାଙ୍କ ବକ୍ତବ୍ୟରେ କହିଲେ ଯେ ୨୦୧୬ ରୁ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ମାଧ୍ୟମରେ କିଛି କଣ୍ଠଶିଳ୍ପୀ ଏବେ ସିନେମା ଜଗତରେ କାମ କରୁଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଚ୍ୟାନେଲର ସିଧା ପ୍ରସାରଣ ଏବେ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ଅବସରରେ କଣ୍ଠଶିଳ୍ପୀ ସ୍ନେହଲତା ମହାପାତ୍ର,ସୁରେଶ ଚନ୍ଦ୍ର ମହାପାତ୍ର, ଅଶ୍ବିନୀ ସିଂ, ଯୋଗେନ୍ଦ୍ର ସିହ୍ନା, ଅଶୋକ କୁମାର ପଟେଲ, ରଞ୍ଜିତା ସାହୁ,ସୁରତୀ ମିଶ୍ର, ଦେବଦତ୍ତ ପଟ୍ଟନାୟକ, ମୀନତି ତ୍ରିପାଠୀ,ହିମାନୀ ମହାପାତ୍ର, ପ୍ରାଞ୍ଜଳୀ ନାଗ, ଜ୍ୟୋସ୍ନା ନନ୍ଦ,ଖୁଡିଆ ଲାକ୍ରା, ସସ୍ମିତା ଲେଙ୍କା, ବିଭୁଦତ୍ତ ରଥ,କଲିମ ଖାନ୍, ସ୍ନେହଲତା ଗନ୍ତାଘରିଆ, ଆଶା ବାଲାନ, ସରିତା ସିଂ, ଅଜିତ ବରୁଆ ଓ ଫିରୋଜ ଖାନ୍ ପ୍ରମୁଖ ପୁରୁଣା ସିନେମା ର ସଂଗୀତ ଗୁଡିକୁ ପରିବେଷଣ କରିଥିଲେ। ସମସ୍ତ କଣ୍ଠଶିଳ୍ପୀ ଙ୍କୁ ମୁଖ୍ୟଅତିଥି ଶ୍ରୀ ରାଉତ ପ୍ରଶଂସା ପତ୍ର ପଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନ୍ୟତମ ସହଯୋଗୀ ଇନ୍ଦ୍ରବଳି ମିସ୍ତ୍ରୀ, ଅର୍ପିତା ରାୟ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

Leave a Comment

error: Content is protected !!